ତୀର୍ଥ କରିବାକୁ ଯାଇ ୱ।ଘା ଵର୍ଡରରେ ପୁରୋହିତ ପଣ୍ଡିତ ପ୍ରଦୀପ୍ତ ଦାଶ ଙ୍କ ହୃଦଘାତରେ ମୃତ୍ୟୁ,ଶୋକର ଛାୟା 

କଟକ ସଦର,୦୨/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅଞ୍ଚଳର ଜଣାଶୁଣା ଯୁବ ଛାତ୍ର ନେତା ଇଂ ସତ୍ୟ ସିଦ୍ଧାନ୍ତ ଦାଶଙ୍କ ବାପା ତଥା କିଶନନଗର ଅଞ୍ଚଳର ଖ୍ୟାତନାମା ପୁରୋହିତ ପଣ୍ଡିତ ପ୍ରଦୀପ୍ତ କୁମାର ଦାଶ (୫୮) ଅନ୍ୟ ତୀର୍ଥ ଯାତ୍ରୀ ମାନଙ୍କ ସହିତ ସସ୍ତ୍ରିକ ତୀର୍ଥ କରିବାକୁ ଯାଇ ଗତକାଲି ରବିବାର ଅପରାହ୍ନରେ ଭାରତ ପାକିସ୍ତାନ ପଞ୍ଜାବ ୱ।ଘା ସୀମାରେ ହୃଦଘାତରେ ପରଲୋକ ଗମନ କରିଥିବା ଜଣାପଡିଛି।

ସ୍ୱର୍ଗତ ଦାଶ ଅନ୍ୟ ତୀର୍ଥ ଯାତ୍ରୀ ମାନଙ୍କ ସହିତ ସୀମାରେ ଥିବା ଚାରି ମହଲା ଉପରକୁ କ୍ଷେତ୍ର ଦେଖିବାକୁ ପାହାଚରେ ଚଢୁଥିଵା ସମୟରେ ଦୁଇ ମହଲା ପାହାଚରେ ଛାତିରେ ଯନ୍ତ୍ରଣା ଅନୁଭବ କରି ହୃଦଘାତର ଶୀକାର ହୋଇଥିଲେ। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସୋମବାର ରାତିରେ ମରଶରୀର ପଞ୍ଜାବ ରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ରେ ଆକାଶ ମାର୍ଗରେ ଆସି ପହଞ୍ଚିବ ବୋଲି ପରିବାର ପକ୍ଷରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *