କଟକ ସଦର,୦୨/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ରାଜହଂସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବାର ୭୫ ବର୍ଷ ପୂର୍ତ୍ତି ପ୍ଲାଟିନମ୍ ଜୁଵୁଲି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡ଼ିସେମ୍ବର ୧୯ ଓ ୨୦ ରେ ମହାସମାରୋହରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଦ୍ୟାଳୟରେ ପାଠପଢି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପୁରାତନ ଛାତ୍ର ଛାତ୍ରଛାତ୍ରୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ଵର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
ଏଥିପାଇଁ ଏକ ୨୮ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଉପଦେଷ୍ଟା ଭାବେ ଚୈତନ୍ୟ ରାଉତ, ସୁବାସ ଚନ୍ଦ୍ର ରଥ, ପ୍ରଫୁଲ୍ଲ ସିଂହ,ମାନସ ରଞ୍ଜନ ରଣା ପ୍ରମୁଖ ଙ୍କ ସମେତ ସଭାପତି ଭାବେ ବାସୁଦେବ ନାୟକ, ଉପସଭାପତି ସୁଶାନ୍ତ କୁମାର ସେଠୀ, ସଂପାଦକ ସୁବୋଧ ବେହେରା (ଧୁସା),ସହ ସଂପାଦକ ସୁଶାନ୍ତ କୁମାର ଭୋଇ, କୋଷାଧ୍ୟକ୍ଷ ସତ୍ୟରଞ୍ଜନ ସିଂହ ପ୍ରମୁଖ ମନୋନୀତ ହୋଇଛନ୍ତି। ଶେଷରେ ସଂପାଦକ ସୁବୋଧ ବେହେରା ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
