ସେବା ସଙ୍କଳ୍ପ ଅଭିଯାନ ପାଳନ ପାଇଁ ଆଭାସୀ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ତଥା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ୧୭ ସେପ୍ଟେମ୍ବର ଠାରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ “ସେବା ସଂକଳ୍ପ ଅଭିଯାନ’ ପାଳନ ଉପଲକ୍ଷେ ଜିଲାପାଳ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସେବା ସଂକଳ୍ପ ଅଭିଯାନ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ସୁପରିଚାଳନା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।

ବିଭିନ୍ନ କାର୍ଯ୍ୟକ୍ରମ ଯଥା ଆଶୀର୍ବାଦର ଦୀପ, ସ୍ୱପ୍ନର ଭାରତ, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ଆଙ୍ଗନ ବା ଉତ୍ସବ, ପରିବର୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବାଜ୍ୟୋତି କଳସ ଯାତ୍ରା, ରେଙ୍ଗାଲି ରାଷ୍ଟ୍ର, ସେବାରେ ମୋର ଯୋଗଦାନ, ରାଷ୍ଟ୍ରୀୟ ନବ ସୃଜନର ଆହ୍ୱାନ, ସେବା ସେତୁ ଅଭିଯାନ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ସାଂସଦ, ବିଧାୟକ, ଅନ୍ୟାନ୍ୟ ଜନ ପ୍ରତିନିଧି ଓ ଜନ ସାଧାରଣଙ୍କୁ ସାମିଲ କରାଯାଇ ଆୟୋଜନ କରିବା ସହ କାର୍ଯ୍ୟକ୍ରମର ଅଧିକ ଲୋକପ୍ରିୟତା ଓ ପ୍ରଚାର ପ୍ରସାର ପାଇଁ ସୋସିଆଲ ଇନଫ୍ଲୁଏନ୍ସର ମାନଙ୍କୁ ସାମିଲ କରାଇ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରଚାର ପ୍ରସାର କରିବା ଉପରେ ଜିଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ବିଷଦ ଭାବେ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲାପାଳ ଅରୁଣ କୁମାର ନାୟକ, ନୋଡାଲ ଅଫିସର ତଥା ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ, ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀ, ଜିଲା କ୍ରୀଡା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ଶିଳ୍ପ ଅଧିକାରୀ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *