ଜାତୀୟ ସବୁଜ ବାହିନୀ ଯାଜପୁରର ଯୁବ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଯାଜପୁର,୧୧/୦୧/୨୦୨୫(ଓଡ଼ିଶା ସମାଚାର)- ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସବୁଜ ବାହିନୀ ଜିଲ୍ଲା କାର୍ଯ୍ୟ କାରିଣୀ ଓ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଓ ଓଡିଶା ସରକାରଙ୍କର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପରିବେଶ ଶିକ୍ଷା କେନ୍ଦ୍ର ସହାୟତାରେ ଏକ ଦିବସୀୟ ୫୦ଯୁବ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଭୂମିକା ଖାଲି ପରିବେଶ ନୁହେଁ ସମାଜର ସାମଗ୍ରିକ ଉନ୍ନତି  ଛାତ୍ର ଓ ଛାତ୍ରୀଙ୍କ ଦ୍ୱାରା ସାଧନରେ ଭୂମିକା ଅତୁଳନୀୟ । ସେମାନେ ସମାଜର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଓ ପୂଜ୍ଜନୀୟ । ଯାଜପୁର ଜିଲ୍ଲାର ଉଦ୍ୟାନ ଅଧିନିକ୍ଷକ ଶ୍ରୀଯୁକ୍ତ ହରମୋହନ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ପରିବେଶ ସଫା ସୁତୁରା ରଖିବା ଓ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁରକ୍ଷିତ ହେବା ସହିତ ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ରହି ପରିଵାର ସହିତ ଦୀର୍ଘ ନିରାମୟ ଜୀବନ ଯାପନ ସମ୍ଭବ ହୋଇପାରିବ । ମୁଖ୍ୟ ପ୍ରଶିକ୍ଷକ ଡଃ ନୃସିଂହ ଚରଣ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆବାହକ ଡଃ ଶରତ କୁମାର ସାହୁ ପ୍ରଶିକ୍ଷଣର ଆବଶ୍ୟକତା, ଉପାଦେୟତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବନ୍ଦନା ପଣ୍ଡା, ବିଷ୍ଣୁ ଚରଣ ସାହୁ, ଯୁଗପ୍ରଭା  ସାବତ, ଗାୟତ୍ରୀ ନାୟକ ଇତ୍ୟାଦି ଏକକ ବ୍ୟବହୃତ ପ୍ଲାଷ୍ଟିକ ର ବିକଳ୍ପ ଓ ବର୍ଜ୍ୟ ପ୍ଲାଷ୍ଟିକ ରୁ ପ୍ରସ୍ତୁତ ବିଭିନ୍ନ ଗୃହ ସଜା ବସ୍ତୁ ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିକ୍ଷଜ ଓ ଶିକ୍ଷୟତ୍ରୀ ମାନେ, ପ୍ଲାଷ୍ଟିକ, ବାଉଁଶ, ଜରି,କପଡା ଓ କାଗଜରୁ ପ୍ରସ୍ତୁତ ଥଳି, ଫୁଲ ଦାନୀ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ଲାଭ କରିଥିଲେ । ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହମୟୀ ଜେନା ପ୍ରଶିକ୍ଷଣରେ ସଭାପତିତ୍ୱ କରିଥିଲେ । ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ଉଦଘାଟନୀ ସଂଗୀତ ପରିବେଷଣ କରିଥିଲେ । ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବିଦ୍ୟାଳୟ ର କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉକ୍ତ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ । ୫୦ରୁ ଉର୍ଦ୍ଧ ଯୁବ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ ।

Leave a Reply

Your email address will not be published. Required fields are marked *