କଟକ ୧୫/୦୩/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା ) – କଟକ ସଦର ଥାନା ଅନ୍ତର୍ଗତ ଆମଣ ଗ୍ରାମ ଦଳିତ ସାହି ଭାଗବତ ଟୁଙ୍ଗି ପ୍ରାଙ୍ଗଣରେ ସମାଜରେ ଆଧ୍ୟାତ୍ମିକ ଭାବ ଜାଗରିତ କରିବା ଉଦ୍ଦେଶ୍ୟରେ ସବୁ ବର୍ଷ ପରି ଚଳିତ ବର୍ଷର ୧୪ ଓ ୧୫ ତାରିଖ ଦୁଇଦିନିଆ ୮୧ତମ ଆଧ୍ୟାତ୍ମିକ ଭଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଧ୍ୟାତ୍ମିକ ଭଜନ ମହୋତ୍ସବରେ ଗାୟକ ମନୋଜ କୁମାର ପ୍ରଧାନ,ଗାୟକ ହୃଷିକେଶ ଭୋଇ,ଗାୟକ ଆଲୋକ କୁମାର ଦାସ ଏବଂ ସେମାନଙ୍କର ସାଥି ମାନେ ଯୋଗ ଦେଇ ଆଧ୍ୟାତ୍ମିକ ଓ ଶରୀର ତତ୍ତ୍ଵ ଉପରେ ଆଧାରିତ ଭଜନମାନ ଗାନ କରିଥିଲେ।ଏହି ଆଧ୍ୟାତ୍ମିକ ଭଜନ ମହୋତ୍ସବ କୁ ଦେଖିବା ପାଇଁ ଆମଣ ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମଟିକୁ ଆମଣ ଗ୍ରାମର ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ।
୮୧ତମ ଆଧ୍ୟାତ୍ମିକ ଭଜନ ମହୋତ୍ସବ ଅନୁଷ୍ଠିତ
