ଅରିଲୋ ରଘୁନାଥଜୀୟୁ ମନ୍ଦିରରେ ରାମଚରିତ ମାନସ 

ମାହାଙ୍ଗା, ୨୨/୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- କଟକ  ଜିଲା ବିରୂପା-ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ଅରିଲୋ ରଘୁନାଥଜୀୟୁ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ରାମଚରିତ ମାନସ ଉତ୍ସବ ଓ ପ୍ରବଚନ ସାଙ୍ଗକୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ଉତ୍ସବରେ ଆଖପାଖ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ହୋଇ ପ୍ରଭୁ ଶ୍ରୀରାମଙ୍କ ଅମୃତମୟ ଜୀବନ ଦର୍ଶନର ମହନୀୟ ଗାଥା ଓ ଶ୍ରୀମଦ ଭାଗବତ ଦୁର୍ଲ୍ଲଭ କଥାମୃତକୁ ଶ୍ରବଣ  କରିଥିଲେ ।  ମନ୍ଦିର ପୂଜକ ପଣ୍ଡିତ ପ୍ରକାଶ ଚନ୍ଦ୍ର କରଙ୍କ ତତ୍ୱାବଧାନରେ ରୀତି-ନୀତି ମୁତାବକ ପ୍ରଭୁଙ୍କ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦିତ  ହୋଇଥିଲା  । ଏହି ଭାଗବତ ପାରାୟଣ କାର୍ଯ୍ୟରେ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ସହଯୋଗ ପ୍ରଦାନ କରିଥିଲେ  । ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟ ଓ ଶୁକଦେବ ସ୍ବାଇଁଙ୍କ ତତ୍ୱାବଧାନରେ ସପ୍ତାହବ୍ୟାପୀ ମନ୍ଦିର ପ୍ରାଙ୍ଗଣରେ ଭଜନ, କୀର୍ତ୍ତନ,ଶ୍ରୀମଦ ଭାଗବତ ପାରାୟଣ,ପ୍ରବଚନ ଆଦି ବିବିଧ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ରଘୁନାଥଜୀୟୁ ମନ୍ଦିର କମିଟି ସଭାପତି କୃଷ୍ଣ ଚନ୍ଦ୍ର ବାରିକ, ଉପସଭାପତି ଶାନ୍ତନୁ କୁମାର ରାଉତ, ସମ୍ପାଦକ ରାଧା ମାଧବ ରାଉତ, ସହସମ୍ପାଦକ ପୁରସ୍ତମ ରାଉତ, କୋଷାଧ୍ୟକ୍ଷ ପ୍ରଭାକର ଦାସଙ୍କ ନେତୃତ୍ୱରେ ସର୍ବଶ୍ରୀ ନିତ୍ୟାନନ୍ଦ ସ୍ୱାଇଁ, ବଟ କିଶୋର ପଣ୍ଡା, କିଶୋର ଆଚାର୍ଯ୍ୟ, ବଂଶୀଧର ସାମଲ, ଶୈଳେନ୍ଦ୍ର ରାଉତ, ଭରତ ବେହେରା, ଧ୍ରୁବ ଦେହୁରୀ, ବନମାଳୀ ବାରିକ, ରାଜକିଶୋର ମହାନ୍ତି, ରମେଶ ଜେନା, ମଦନ ମୋହନ ରାଉତ, କ୍ଷୀରୋଦ ନାୟକ,ଭୀମସେନ ରାଉତ,ଘନଶ୍ୟାମ ରାଉତ,ପ୍ରମୋଦ ରାଉତ, ଶୁକଦେବ ରାଉତ, କାର୍ତ୍ତିକ ରାଉତ, ଈଶ୍ୱର ମହାନ୍ତି, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।  ପ୍ରତିଦିନ ଉତ୍ସବ ସ୍ଥଳୀଙ୍କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଜଗତର ମଙ୍ଗଳକାମନା କରି ଅରିଲୋ ଗ୍ରାମରେ ଆୟୋଜିତ ଏହି ଧର୍ମୀୟ ଉତ୍ସବରେ ସ୍ଥାନୀୟ ଅଂଚଳରୁ ପ୍ରତ୍ୟେକ ପରିବାର ଏହି ମହତ କାର୍ଯ୍ୟପାଇଁ ସକ୍ରିୟ ସହଯୋଗ ପ୍ରଦାନ କରିଥିବାରୁ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *