ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ରାଉତଙ୍କ ଶ୍ରାଦ୍ଧୋତ୍ସଵ ପାଳନ 

କଟକ ସଦର,୧୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ଓ ତହସିଲ ଅନ୍ତର୍ଗତ ସାଲେପୁର ବ୍ଲକ୍ ୪୬ ନମ୍ବର ଜିଲ୍ଲାପରିଷଦ ଜୋନର ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ଧର୍ମପରାୟଣ ମହିଳା ସଂଯୁକ୍ତା ରାଉତଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ସୋଗଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ ସଂଗଠକ ଇଂ ଶ୍ରୀକାନ୍ତ ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଯୁକ୍ତା ଙ୍କ ସ୍ମୃତି ରକ୍ଷା ପାଇଁ ରକ୍ତଦାନ ଶିବିର,ଚାରା ରୋପଣ ଓ ବଣ୍ଟନ ସହିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ କଟକ ଗ୍ରାମୀଣ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି,ଵିସିଟି ର ସଂପାଦକ ପ୍ରିନ୍ସ ନନ୍ଦ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସାମ୍ବାଦିକ ଦିଲିପ ବିଶ୍ୱାଳ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସଂଯୁକ୍ତା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାମୀ ବଲ୍ଲଭ ଚରଣ ରାଉତ, ପୁତ୍ର ବସନ୍ତ କୁମାର ରାଉତ, ସନ୍ତୋଷ କୁମାର ରାଉତ ଙ୍କ ସମେତ ପରିବାର ଓ ଜ୍ଞାତି କୁଟୁମ୍ବ ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *