ତ୍ରିଲୋଚନ କାନୁନଗୋ ଦ୍ୱିତୀୟ ସ୍ମାରକୀ ବକ୍ତୃତା ‘ଭାରତୀୟ ଗଣତନ୍ତ୍ର ସମ୍ମୁଖରେ ଆହ୍ୱାନ’ ଅନୁଷ୍ଠିତ

ଗଣତନ୍ତ୍ରର ସୁରକ୍ଷା ପାଇଁ ତ୍ରିଲୋଚନ କାନୁନଗୋଙ୍କ ଭଳି ସଂକଳ୍ପବୋଧ ହେବାକୁ ଆହ୍ୱାନ
ଭୁବନେଶ୍ୱର,୧୩/୦୯/୨୦୨୬ (ଓଡ଼ିଶା ସମାଚାର)- କଟକ ମୁ୍ୟନିସିପାଲିଟିର ପୂବର୍ତନ ଅଧ୍ୟକ୍ଷ ପୂବର୍ତନ ସାଂସଦ ଓ ବିଧାୟକ ଜନନେତା ତ୍ରିଲୋଚନ କାନୁନଗୋଙ୍କ ୮୬ତମ ଜନ୍ମଜୟନ୍ତୀ ଅବସରରେ ତ୍ରିଲୋଚନ କାନୁନଗୋ ସ୍ମୃତି କମିଟି ପକ୍ଷରୁ ଦ୍ୱିତୀୟ ତ୍ରିଲୋଚନ କାନୁନଗୋ ସ୍ମାରକୀ ବକ୍ତୃତା ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବକ୍ତୃତା ମାଳାର “ଭାରତୀୟ ଗଣତନ୍ତ୍ର ସମ୍ମୁଖରେ ଆହ୍ୱାନ’ ଶୀଷକ ବିଷୟବସ୍ତୁ ଉପରେ ରାଜ୍ୟସଭା ସାଂସଦ ପ୍ରଫେସର ମନୋଜ କୁମାର ଝା ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆମ ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ନାଗରିକ ମାନଙ୍କୁ ସମାନତା ସ୍ୱାଧୀନତା ଓ ନ୍ୟାୟର ଅଧିକାର ଦେଇଛି ।

ଗଣତନ୍ତ୍ର ବ୍ୟବସ୍ଥା ଅଧିକ ସୁଦୃଢ ଓ କ୍ରିୟାଶୀଳ ହେଲେ ଭାରତ ବର୍ଷର ଜନଗଣଙ୍କ ମଧ୍ୟରେ ସାମାଜିକ ସମାନତା ପ୍ରତିଷ୍ଠା କରାଯାଇପାରିବ । ଭାରତୀୟ ଗଣତନ୍ତ୍ର ଓ ସାମ୍ବିଧାନିକ ଢାଂଚା ଭୁଶୁଡିବାରେ ଲାଗିଛି । ଜନଗଣଙ୍କ ଗଣତାନ୍ତ୍ରିକ ଅଧିକାର ଭୁଲୁଣ୍ଠିତ ହେଉଛି । ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ମୁହ ଧୂଳିସାତ ହେବାକୁ ବସିଲାଣି । ସରକାରୀ କଳ ଜନଗଣଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା କରିବା ପରିବର୍ତେ ଶାସକ ଦଳର ଗୋଡାଣିଆ ସାଜିବା ଫଳରେ ଜନଗଣଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି । ଏଭଳି ସ୍ଥଳେ ତ୍ରିଲୋଚନ କାନୁନଗୋଙ୍କ ଭଳି ଗଣତାନ୍ତ୍ରିକ ବିଚାରଧାରାକୁ ବଂଚେଇ ରଖିବା ପାଇଁ ଆଜୀବନ ଯେଉଁ ସଂଗ୍ରାମ କରିଥିଲେ ତାହା ଅନୁକରଣୀୟ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ପୋଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖି ଗଣତନ୍ତ୍ର କେବଳ ଏକ ସରକାର ଗଠନ ପ୍ରଣାଳୀ ନୁହେଁ ବରଂ ଆମ ସମଗ୍ର ବ୍ୟବସ୍ଥାର ଏକ ମୁଖ୍ୟ ଅଂଶ ।

ଆମେ ଯେତବେଳେ ସଚେତନ ନିରପକ୍ଷ ଏବଂ ନିଜ ଅଧିକାର ଓ କର୍ତର୍ବ୍ୟ ପ୍ରତି ଜାଗ୍ରତ ହେବା, ସେତବେଳେ ହିଁ ଗଣତନ୍ତ୍ରର ପ୍ରକୃତ ଅର୍ଥ ସଫଳ ହୋଇପାରିବ । ପୂର୍ବତନ ସାଂସଦ ଓ ବିଧାୟକ ତ୍ରିଲୋଚନ କାନୁନଗୋ ଥିଲେ ଗଣତାନ୍ତ୍ରିକ ବି•ରଧାରାରେ ବିଶ୍ୱାସ ରଖୁଥିବା ଜଣେ ବେସାଲିସ ଓ ନିଷ୍ଠାପର ରାଜନେତା । ତାଙ୍କ ପଦାଙ୍କ ଅନୁସରଣ କରି ଆମେ ଭାରତବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ଅଗ୍ରସର ହେଲେ ଭାରତୀୟ ଗଣତାନ୍ତ୍ରିକ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ସମାଧାନ କରାଯାଇ ପାରିବ ।
ଏହି ଅବସରରେ ଶ୍ରେଷ୍ଠ ଜନଦରଦୀ ବିଧାୟକ ଭାବରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରେଷ୍ଠ ସମାଜସେବୀ ଭାବରେ ଶୋଭନୀୟ ଆନ୍ଦୋଳନର ନେତ୍ରୀ ଅରୁନ୍ଧତୀ ଦେବୀଙ୍କୁ ଜନନେତା ତ୍ରିଲୋଚନ କାନୁନଗୋ ସ୍ମାରକୀ ସମ୍ମାନ -୨୦୨୬ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଜନନେତା ତ୍ରିଲୋଚନ କାନୁନଗୋ ସ୍ମୃତି କମିଟିର ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

ଶେଷରେ ଆଜାଦ ହିନ୍ଦ ବାହିନୀର ସାଥୀମାନଙ୍କ ଦ୍ୱାରା ତ୍ରିଲୋଚନ କାନୁନଗୋଙ୍କ ଜୀବନ ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ସାମାଜିକ କର୍ମୀ ମାନସ କୁମାର ଜେନା, ବିଶ୍ୱପ୍ରିୟ କାନୁନଗୋ, କଟକ ଜିଲା ପରିଷଦ ସଦସ୍ୟ ପିୟୁଷ ମିଶ୍ର, ପ୍ରଭାକର ରାଉତ, ପ୍ରଦୀପ୍ତ ମୋହନ କାନୁନଗୋ, ମିର ଅହମ୍ମଦ ଅଲ୍ଲୀ, ଲଷ୍ମୀ ଦୋରା, ରିଙ୍କି ସାହୁ, ଦିଶା ଆଜାଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *