ଵସ୍ତପଡା ସ୍କୁଲ ନିକଟରେ ଗୁଟଖା ସିଗାରେଟ୍ ବିକ୍ରି ଅଭିଯୋଗ 

କଟକ ସଦର,୧୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ରାଜ୍ୟରେ ଗୁଟଖା ଓ ସିଗାରେଟ୍ ବିକ୍ରି ଉପରେ କଡା କଟକଣା ବଳବତ୍ତର ଥିବାବେଳେ କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଯଶପଡା ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ନାକତଳେ ଵସ୍ତପଡା ସ୍କୁଲ ନିକଟରେ ଏହା ବେଆଇନ ଭାବେ ଖୁଲମଖୁଲା ବିକ୍ରୟ ହେଉଥିବା ଅଭିଯୋଗ ହେଉଛି।

ପ୍ରକାଶ ଯେ ସ୍କୁଲ ନିକଟରେ ଜନୈକ ବ୍ୟକ୍ତି ଗ୍ରାମବାସୀଙ୍କ ବାରଣ ଓ ନୀତିନିୟମ କୁ ଫୁ କରି ଉକ୍ତ ମାଦକ ଦ୍ରବ୍ୟ ସର୍ବ ସମ୍ମୁଖରେ ବିକ୍ରୟ କରୁଛନ୍ତି।ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ ତହସିଲ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏଥିପାଇଁ ଗ୍ରାମବାସୀମାନେ ଆରଡିସି (ରାଜସ୍ବ ଆୟୁକ୍ତ) ନିକଟରେ ଫେରାଦ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *