କବି ହରିହର ମିଶ୍ରଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା,୨୪/୯/୨୦୨୪ (ଓଡ଼ିଶା ସମାଚାର)-ଓଡିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ତଥା ଓଡିଆ ସାହିତ୍ୟର ଜଣେ ବରିଷ୍ଠ କବି, ନାଟ୍ୟକାର ଭାବରେ ସୁପରିଚିତ ଦିବଙ୍ଗତ ହରିହର ମିଶ୍ରଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଜଣେ ପ୍ରବୀଣ ଅଧ୍ୟାପକ ଓ ଭାଷା ସାହିତ୍ୟର ନିଷ୍ଠାପର ଦିବଙ୍ଗତ ମିଶ୍ରଙ୍କୁ କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ତାଙ୍କର ପରଲୋକଗତ ଆତ୍ମା ବିଭୁଲୀନ ହେଉ ବୋଲି ପ୍ରାର୍ଥନା କରାଯାଇଛି । କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ଡ. ରାମଚନ୍ଦ୍ର ବେହେରା, ସଭାପତି କବି ଅପର୍ଣ୍ଣା ମହାନ୍ତି, ବରିଷ୍ଠ କଥାକାର ଡ. ପ୍ରକାଶ କୁମାର ପରିଡା, କଥାକାର ଗିରୀଶ ଚନ୍ଦ୍ର ସାହୁ, ଅତୁଲ ବଳ, ସମ୍ପାଦକ ସରୋଜ ମହାନ୍ତି, ଗାଳ୍ପିକ ପ୍ରଦୀପ ନାୟକ, କବି ନବଜ୍ୟୋତି ରାୟ, ମଧୁସୁଦନ ଦାସ, ମାତୃଦ ମହାନ୍ତି, ମାନସ ପଣ୍ଡା, କବି ମନୋରଞ୍ଜନ ସାହୁ, ସାମ୍ବାଦିକ ପ୍ରମୋଦ ମଲ୍ଲିକ ପ୍ରମୁଖ ପ୍ରୟାତପ୍ରାଣ କବିଙ୍କର ଦେହାନ୍ତରେ ନିଜନିଜର ଶୋକବ୍ୟକ୍ତ କରି ଓଡିଆ ସାହିତ୍ୟ ତାଙ୍କ ପରି ଜଣେ  ପ୍ରବୀଣ ସ୍ରଷ୍ଟାଙ୍କୁ ହରାଇଥିବା ପ୍ରକାଶ କରିଛନ୍ତି । ଏଥିସହିତ ଆମୃତ୍ୟୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଏପରି ଜଣେ ସ୍ରଷ୍ଟାଙ୍କ ଅଭାବ ସବୁଦିନ ଅନୁଭବ ହେଉଥିବ ଏହି ମତ ପୋଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *