ବେଦ ପାଠଶାଳାରେ ଶ୍ରୀ ବ୍ୟସ ଜୟନ୍ତୀ ପାଳିତ।

ନିରାକାରପୁର, ୨୧/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳାରେ ଶ୍ରୀ ବ୍ୟସ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀକାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା , ଶ୍ରୀଯୁକ୍ତ ମଦନ ମୋହନ ବରାଳ ଓ ବେଦବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ବ୍ୟାସଦେବଙ୍କ ପୂଜାର୍ଚ୍ଚନା କରାଯାଇ ବ୍ୟାସବନ୍ଦନା ଓ ଗୁର୍ବାଷ୍ଟକ ପାଠକରାଯାଇଥିଲା। ବ୍ୟାସଦେବ ଓ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୀବନୀ ଏବଂ ତାଙ୍କର ସମାଜକୁ ସନାତନ ଧାର୍ମିକ ଦିଗଦର୍ଶନ ବିଷୟରେ ଏକ ଆଲୋଚନା ଚକ୍ର କରାଯାଇଥିଲା।

Leave a Reply

Your email address will not be published. Required fields are marked *