କଟକ ୧୧/୦୩/୨୦୨୬ (ଓଡ଼ିଶା ସମାଚାର)- କଟକ ଜିଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉ ସମୟରେ ୨ଟି ବହୁତଳ କୋଠା ସହିତ ୭ଟି ଦାମୀ ପ୍ଲଟ ଜବତ କରାଯାଇଛି। ଭୁବନେଶ୍ୱର କେଶୁରାରେ ତାଙ୍କର ୨ଟି ୩ ମହଲା କୋଠା ରହିଛି। ଅନ୍ୟପକ୍ଷରେ ତହସିଲଦାରଙ୍କ ଭୁବନେଶ୍ବରରେ ୭ଟି ଦାମୀ ପ୍ଲଟ ରହିଛି। ଚଢ଼ାଉ ବେଳେ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି। ବ୍ୟାଙ୍କ ଜମା ଓ ବୀମା ରାଶିର ଯାଞ୍ଚ ଚାଲିଛି।
ବୁଧବାର ସକାଳୁ ସକାଳୁ କଟକ ଜିଲ୍ଲାର କଣ୍ଟାପଡ଼ା ତହସିଲଦାର ଶ୍ରୀ ପ୍ରସନ୍ନ ସାମନ୍ତରାୟଙ୍କ ଦ୍ୱାରା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଭିଜିଲାନ୍ସ ଦ୍ୱାରା କଟକ, ଭୁବନେଶ୍ୱର (ଖୋର୍ଦ୍ଧା), ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି। ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ, କଟକଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ ଅତିରିକ୍ତ ଏସ୍ ପି, ୮ ଜଣ ଡିଏସ୍ ପି, ୧୧ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସର୍ଚ୍ଚ କରୁଛନ୍ତି। ସର୍ଚ୍ଚ ଜାରି ରହିଛି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
