ଭୁବନ ୧୩/୦୯/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରସିଦ୍ଧ ଗଣେଶ ପୂଜା କୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଙ୍କ ତତ୍ତ୍ଵାବଧାନରେ ଏସ ଆଇ ସୌରଞ୍ଜନ ଭୋଇ, ଏ ଏସ ଆଇ ପ୍ରଦୀପ କୁମାର ଭୂୟାଁ,ଶଙ୍କର ମାଝୀ ପୋଲିସ ଫୋର୍ସ ଙ୍କ ଗହଣରେ କାଳୀ ବଜାର,କଲେଜ ରୋଡ ଓ ରଗଡି ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ ।
ଗଣେଶ ପୂଜା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ସାଧାରଣ ଲୋକ,ଦର୍ଶକ ଓ ଭକ୍ତ ଙ୍କ ସୁରକ୍ଷା ଦେବାପାଇଁ ଭୁବନ ଥାନା ବଦ୍ଧ ପରିକର ବୋଲି ଆଇ ଆଇ ସି ରେଣୁବାଳା ସାହୁ ସୂଚନା ଦେଇଛନ୍ତି।
