ଦୀପକ ଗୁପ୍ତା ଙ୍କ ବାସଭବନ ଓ କାର୍ଯ୍ୟଳୟ ଉପରେ ଇଡି ଙ୍କ ରେଡ଼

ବଡ଼ବିଲ, ୦୧/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ  ବହୁ ଚର୍ଚ୍ଚତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର ଦୀପକ ଗୁପ୍ତା ଏବଂ ତାଙ୍କର ଚାଟାର୍ଡ ଆକାଉଣ୍ଟଟାଣ୍ଟଙ୍କ ବିଭିନ୍ନ ଠିକଣା ରେ ଇଡି ରେଡ୍ କରିଛି । ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବର, ରାଉରକେଲା, ବଡ଼ବିଲ ଏବଂ କୋଲକାତାରେ ଏକା ସାଙ୍ଗରେ ଚଢ଼ାଉ ହୋଇଥିବା ସୂଚନା ରହିଛି । ଦୀପକ ଗୁପ୍ତାଙ୍କ ବଡ଼ବିଲ ମହାନ୍ତ ବସ୍ତି ସ୍ଥିତ ବାସ ଭବନ ଏବଂ ଧୋବି ହତିଂ ନିକଟସ୍ଥ କାର୍ଯ୍ୟାଳୟରେ  ଇଡି ରେଡ୍ ଜାରୀ ରହିଛି । ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଲିବୁରୁ ଖଣିରେ ବେଆଇନ ଖଣି ଖନନ ନେଇ  ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ୨୦୧୩ ସେପ୍ଟେମ୍ବରରେ ଦୀପକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଦୀପକ୍‌ ଗୁପ୍ତା ଏବଂ ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ.ମହାନ୍ତିଙ୍କ ସମେତ ୨୫ ଜଣଙ୍କ ବିରୁଧରେ ଭିଜିଲାନ୍‌ସ୍‌ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନସ୍‌ ଅଦାଲତରେ ଚାର୍ଜସିଟ୍‌ ମଧ୍ୟ ଦାଖଲ୍‌ କରାଯାଇଥିଲା।

Leave a Reply

Your email address will not be published. Required fields are marked *