ମାହାଙ୍ଗା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ବୟାନ ରଖିଲେ ଅଙ୍କିତ 

କଟକ, ୧୪/୦୫/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ବିଜେଡି ର ମାହାଙ୍ଗା ବିଧାୟକ ପ୍ରାର୍ଥୀ ଭାବେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି କଟକ ଉପଜିଲ୍ଲାପାଳ ଙ୍କ ନିକଟରେ ଅଙ୍କିତ ନାମାଙ୍କନ ଦାଖଲ କରିଥିଲେ । ଏହି ସମୟରେ ତାଙ୍କର ପିତା ବିଧାୟକ ପ୍ରତାପ ଜେନାମଧ୍ୟ ଉପସ୍ଥିତ ଥିଲେ ।  ଉଲ୍ଲେଖ ନୀୟ ଯେ, ସୋମବାର ନାମାଙ୍କନ ଦାଖଲ ନିମନ୍ତେ ପଟୁଆର ସହ ଯାଇଥିଲେହେଁ, ଦାଖଲ ନକରି ଫେରି ଆସିଥିଲେ  । ତାଙ୍କର ଅଚାନକ ଫେରିଆସିବା କୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ମାତ୍ର ଆଜି ସ୍ୱାଭାବିକ ଭାବେ କଟକ ଉପଜିଲ୍ଲାପାଳ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରି ସମସ୍ତଙ୍କ ମନରୁ ସଂଶୟ ଦୂର କରିଛନ୍ତି ।

 

 

Leave a Reply

Your email address will not be published. Required fields are marked *