୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲ ଗଲେ ରାଉରକେଲା ଅବକାରୀ ଅଧୀକ୍ଷକ

କଟକ,୧୨/୦୯/୨୦୨୬ (ଓଡ଼ିଶା ସମାଚାର)-୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲ ଗଲେ ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଳ। ଆଜି ଶନିବାର ଭିଜିଲାନ୍ସ ତାଙ୍କୁ କରି ଗିରଫ ଜେଲ୍ ପଠାଇଛି।
ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡିଶା, କଟକ ଙ୍କ ସୂଚନା ଅନୁସାରେ ଗତ କାଲି ଶୁକ୍ରବାର ଜଣେ ମଦ ବେପାରୀଙ୍କ ଠାରୁ ରାଉରକେଲା ଅବକାରୀ ଅଧିକ୍ଷକ ତାଙ୍କ କାର୍ୟ୍ୟାଳୟ ସମ୍ମୁଖରୁ ବ୍ୟାଗରେ ପାଂଚ ଲକ୍ଷ ଟଙ୍କା ଲାଚଂ ନେବା ସମୟରେ ମାଡ଼ି ବସିଲା ରାଉରକେଲା ଭିଜିଲାନ୍ସ । ପରେ ତାଙ୍କ କାର୍ୟ୍ୟାଳୟ , ସିଭିଲ ଟାଉନ ସିପ୍ରେ ଥିବା ସରକାରୀ ବାସ ଭବନ , ଭୁବନେଶ୍ୱର ଇତିପୁରରେ ନିର୍ମାଣ କରିଥିବା ଘର ସହ ପୈତୃକ ଘର ଖୋର୍ଦ୍ଧା ବୋଲଗଡ଼ରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା ।

ଭୁବନେଶ୍ୱର ରଘୁନାଥପୁର ରେ ଗୋଟିଏ ଦୁଇ ମହଲା କୋଠା, ନୟାଗଡ଼ରେ ଓ ଭୁବନେଶ୍ୱର ରେ ୪ ଟି ପ୍ଳଟ ଠାବ କରିଛି ଭିଜଲାନ୍ସ । ଠାବ ହୋଇଥିବା ଆୟବର୍ହିଭୁତ ସଂପତିର ମୁଲ୍ୟ ୯୩ ଲକ୍ଷ ଟଙ୍କା । ଯାହା ତାଙ୍କ ସରକାରୀ ରୋଜଗାର ଠାରୁ ୧୦୦ ପ୍ରତିଶତ ଅଧିକ । ଏକ ମାମଲା ରୁଜୁ କରି ଅବକାରୀ ଅଧିକ୍ଷକଙ୍କୁ ଜେଲ ପଠାଇଦେଇଛି ରାଉରକେଲା ଭିଜିଲାନ୍ସ । ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *