ସମ୍ବଲପୁର, ୦୩/୦୧/୨୦୨୪ (ଓଡ଼ିଶା ସମାଚାର)-ଏକ ଟୁରିଷ୍ଟ ବସ ଧକାରେ ଜଣେ ନାବାଳକର ମୃତ୍ୟୁକୁ ନେଇ ସମ୍ବଲପୁର ରେ ଉତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଢ଼େଲା ମାଡ଼ କରିବା ପରେ ପରିସ୍ଥିତିକୁ ଆୟତ କରିବା ପାଇଁ ପୁଲିସକୁ ଲାଠିଚାର୍ଯ୍ୟ କରିବା ପାଇଁ ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଏକ ଟୁରିଷ୍ଟ ବସ୍ ମୟୁରଭଂଜ ରୁ ହୀରକାୁଦ ଆସି ଫେରିବା ସମୟରେ ଏକ ନାବାଳକ ସ୍କୁଟିରେ ଯାଉଥିବାବେଳେ ତା ସହିତ ଧକା ଲାଗିବା ଫଳରେ ସମ୍ପୃକ୍ତ ନାବାଳକର ମୃତ୍ୟୁ ହୋଇଛି । ନାବଳକ ଟି ୧୩ ବର୍ଷର । ଘଟଣାସ୍ଥଳରେ ବିଭିନ୍ନ ଥାନାର ଆଇଆଇସି ମାନେ ଉପସ୍ଥିତ ଅଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣଳୁ ଆଣିବାକୁ ଉଦ୍ୟମ ଚଳାଇଛନ୍ତି ।