ସାଲେପୁର ନାଳିଆମୁହଁ ନିକଟରେ ଦୁଇ କାର ମଧ୍ୟରେ ଧକ୍କା : ଜଣେ ମୃତ

ସାଲେପୁର,୨୬/୦୪/୨୦୨୫(ଓଡିଶା ସମାଚାର /ଅଭୟ ଜେନା )-କଟକ ଚାନ୍ଦବାଲି ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବାଜଣାପଡିଛି ।

ପ୍ରାପ୍ତ ବିବରଣୀ ଅନୁଯାୟୀ ଆଜି ଅପରାହ୍ନ ରେ କଟକ ରୁ କେନ୍ଦ୍ରାପଡ଼ା ଯାଉଥିବା ଏକ କାର ସହ କେନ୍ଦ୍ରାପଡ଼ା ରୁ କଟକ ଆସୁଥିବା କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ମା ଓ ପୁଅ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।  ସେମାନଙ୍କର ପରିଚୟ ମିଳି ନଥିବା ଜଣାପଡିଛି ।  ସାଲେପୁର ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି  ।

Leave a Reply

Your email address will not be published. Required fields are marked *