ନିରାକାରପୁର, ୯/୮/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଅଂଚଳରେ ଗୋରୁ ଗାଡି ଚାଲାଣ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକ ଅଶାନ୍ତ ପରିସ୍ଥିତି ଦେଖାଦେଇଛି। ସୂଚନାଯୋଗ୍ୟ କି ଆଜି ଦିନ ବେଳା ବେଗୁନିଆ ଅଞ୍ଚଳ ରୁ ଏକ ଗୋରୁ ବୋଝେଇ ଗାଡି ଆସୁ ଥିବାବେଳ କୌଣସି ସୂତ୍ରରୁ ଖବର ପାଇ କିଛି ଲୋକ ଗୋରୁ ଗାଡ଼ି ଟିକୁ ଦେଉଳି ନିକଟରେ
ଜଗି ଗୋରୁ ମାନଙ୍କୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ଏହି ଖବର ପାଇଁ ଛଣଗିରି ଗୋରୁ ଚାଲାଣ ରେ ସଂପୃକ୍ତ କିଛି ବ୍ୟକ୍ତି ଘଟଣାସ୍ଥଳ ରେ ପହଞ୍ଚି ଖବର ଦେବା ସନ୍ଦେହରେ ଗୋପିନାଥପୁର ଗ୍ରାମ କାଳୁ ଛୁଆଳସିହ ଙ୍କୁ ଉଠାଇ ନେଇ ପଲାଇଥିଲେ। ସେହି ବ୍ୟକ୍ତିମାନେ ତାକୁ ନେଇ ତାଙ୍କ ସାହିରେ ରଖି ମାଡ଼ ପିଟ କରିଥିବା ସୂଚନା ପାଇ ବହୁ ସଂଖ୍ୟାରେ ଲୋକ ମାନେ ଉକ୍ତ ସାହିକୁ ଯାଇ ଥିଲେ। ଉକ୍ତ ସାହିର ଲୋକେ ଏହାକୁ ଦେଖି ଏମାନଙ୍କୁ ଆକ୍ରମଣ କରିବାକୁ ଆସିବାରୁ ବଜରଙ୍ଗ ଦଳ କର୍ମୀ ମାନେ ଗାଡି ଛାଡ଼ି ପଳାଇ ଆସିଥିଲେ। ଫଳରେ ପ୍ରାୟେ୧୮ ଟି ବାଇକ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ପରେ ଉତ୍ୟକ୍ତ ଲୋକମାନେ ଛଣଗିରି ଛକ ନିକଟରେ ଟାୟାର ଜାଳି ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଥିଲେ । ଉକ୍ତ ସମୟରେ ପଞ୍ଚାୟତ ଛକ ନିକଟରେ କିଛି ଦୋକାନ ଘରେ କିଛି ଦୁର୍ବୃତ ନିଆଁ ଲଗାଇବା ଦେଖିବାକୁ ମିଳିଥିଲା। ପରେ ଉତ୍ୟକ୍ତ ଲୋକମାନେ କର୍ମୀମାନେ ଜଂକିଆ ଠାରେ ଜାତୀୟ ରାଜପଥ ୧୬ ଅବରୋଧ କରିଥିଲେ। ଘଟଣା ସ୍ଥଳକୁ ଖୋର୍ଦ୍ଧା ବିଧାୟକ ଆସି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ, ଗୁରୁତର ପିଲାର ଚିକିତ୍ସା ଓ ଏକ କମିଟି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଜାରି ସମ୍ପୂର୍ଣ ଗୋରୁ ଚାଲାଣ ବନ୍ଦ କରିବାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ଗୋରୁ ଚାଲାଣ ରେ ସଂପୃକ୍ତ ବ୍ୟକ୍ତିଙ୍କ ଆକ୍ରମଣରେ ଗୁରୁତର ଯୁବକ ଏମ୍ସ ରେ ଚିକିତ୍ସିତ ହେଉଛି । ପୋଲିସ ଛାଉଣୀରେ ଛଣଗିରି ବର୍ତ୍ତମାନ ରହିଥିବା ଜଣାପଡିଛି।