୫୪ ଲିଟର ମଦ ଜବତ,୪ ଗିରଫ
ଭୁବନ ୧୨/୦୯/୨୦୨୬ (ଓଡ଼ିଶା ସମାଚାର)-ଆସନ୍ତା ୧୪ ତାରିଖ ସୋମବାର ଠାରୁ ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେଉଛି । ପୂଜାକୁ ନକଲି ତଥା ବେଆଇନ ଚୋରା ମଦ ମୁକ୍ତ କରିବା ଲକ୍ଷ୍ୟରେ ଭୁବନ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରୁ ୩୯ ଲିଟର ବିଦେଶୀ ମଦ ଓ ୧୫ ଲିଟର ଦେଶୀ ମଦ (ସମୁଦାୟ ୫୪ ଲିଟର ) ଜବତ କରାଯାଇ ମଦ ବିକ୍ରିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ ଅବକାରୀ ଉପ ନିରୀକ୍ଷକ ବୁଲୁ ପାତ୍ର ଙ୍କ ତତ୍ୱାବଧାନରେ କନଷ୍ଟେବଳ ଆଲୋକ ଜେନା,ସୁଜିତ୍ ନାୟକ,ଶ୍ରଦ୍ଧାଞ୍ଜଳି ସାମଲ ଭୁବନ ଥାନା ଅନ୍ତର୍ଗତ ଅନଳ ଗ୍ରାମର ଜିତେନ୍ଦ୍ର ପୃଷ୍ଟି ଙ୍କ ଠାରୁ ୭ ଲିଟର ବିଦେଶୀ ମଦ ( ବିୟର),ମହୁଲପାଳ ଗ୍ରାମର ମାଟିଆ ବେହେରା ଙ୍କ ଠାରୁ ୯.୧୦୦ ଲିଟର ବିଦେଶୀ ମଦ ( ବିୟର ) ଓ କହ୍ନେଇପାଳ ଗ୍ରାମର ଶେଷ ପାତ୍ର ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରି କେଶ୍ ନଂ ୯୩/୨୦୨୬, ୯୪/୨୦୨୬ ଓ ୯୫/୨୦୨୬ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅନ୍ୟ ପକ୍ଷରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଙ୍କ ତତ୍ତ୍ଵାବଧାନରେ ଏସ ଆଇ ମାନସ ରଞ୍ଜନ ନାୟକ ଓ କନଷ୍ଟେବଳ ଙ୍କ ସହଯୋଗରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ,୨ ନମ୍ବର ୱାର୍ଡ ର ଧରଣୀଧର ବେହେରା ଙ୍କ ପୁଅ ରମେଶ ଚନ୍ଦ୍ର ବେହେରା ଙ୍କ ନିକଟରୁ ୭୪ ବୋତଲ ( ୨୩.୪୩୫ ଲିଟର ) ବିଦେଶୀ ମଦ ଜବତ କରି କେଶ୍ ନଂ ୪୨୨/୨୦୨୬ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ପୋଲିସ ଓ ଅବକାରୀ ବିଭାଗର ଜୋରଦାର ଚଢ଼ାଉ କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।
