ଯାଜପୁର, ୦୧/୬/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଯାଜପୁର ଜିଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଫତେପୁରର ବୁଥ ନମ୍ବର ୧୫୭ ର ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ଙ୍କର ଆକସ୍ମିକ ମୃତ୍ୟୁ
