ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ ପ୍ରଶାସନ ଦ୍ବାରା ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୧୮/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ନେତୃତ୍ବରେ ଉପଖଣ୍ଡର ନୂତନ ଭୋଟରଙ୍କୁ ସଚେତନ କରିବା ସହିତ ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ କରିବା ନିମନ୍ତେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ପ୍ରଶାସନ ଦ୍ବାରା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଏବଂ କେ.ବି. ହିଷ୍ଟ କଲେଜ ଠାରେ ବୈଠକ ଆୟୋଜନ କରି ନୂତନ ଭୋଟରଙ୍କୁ ସଚେତନ କରିବା ସହିତ ୧୮୦ ଜଣ ଛାତ୍ରଛାତ୍ରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ କରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲାପାଳ ଶ୍ରୀମତୀ ମଧୁମିତା ଉପସ୍ଥିତ ରହି ନୂତନ ଭୋଟରଙ୍କୁ ଉତ୍ସାହିତ କରିଥିବା ବେଳେ ସ୍ଥାନୀୟ ବିଏଲଓ ମାନେ ଛାତ୍ରଛାତ୍ରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିଥିଲେ ଏବଂ ସହାୟକ ଜିଲ୍ଲାପାଳ ରୂପକ କୁଜୁର, ଉପଖଣ୍ଡ ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *