Latest Odisha News : ଆଇପିଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳ ବଦଳ

ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ ସରକାର ଶନିବାର ଆଇପିଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳ ବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ବର ଡିସିପି ବଦଳି ହୋଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଖିଲାରୀ ରିଷିକେଶ ଙ୍କୁ କଟକର ଡିସିପି ଭାବେ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଏସ୍ ଏମ୍ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି।

ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍‌ଆରପିସି ରେ ଏଡିଜି, ଆଇଜି ଏସ୍ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି କରାଯାଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଆଇଜି (ଗୃହରକ୍ଷୀ ଓ ଅଗ୍ନିଶମ) ଦୀପକ କୁମାରଙ୍କୁ ଆଇଜି (ଅପରେସନ୍) ଭାବେ ନିଯୁକ୍ତି କରାଯାଇଛି। ସେହିପରି ଆଇଜି (ଅପମରେସନ) ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି।

Leave a Reply

Your email address will not be published. Required fields are marked *