କଟକ ସଦର,୧୨/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକସଭାରେ ଉତ୍କର୍ଷତା ପ୍ରତିପାଦନ ପାଇଁ କଟକର ଲୋକସଭା ସାଂସଦ ଭର୍ତୃହରି ମହତାବଙ୍କୁ ୬ଷ୍ଠ ଥର ପାଇଁ ସାଂସଦ ରତ୍ନ ଉପାଧି ପ୍ରଦାନ କରାଯାଇଛି। ଏହା ଜଣାପଡିବା ପରେ କଟକ ସଦରରେ ଖୁସିର ଲହରୀ ଖେଳିଯାଇଛି।
ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ସାଂସଦ ମହତାବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଚଳିତବର୍ଷ ପ୍ରଥମ ଥର ପାଇଁ ଆଉ ଜଣେ ଓଡ଼ିଆ ସାଂସଦ ଶପ୍ତଗିରି ଉଲାକା (କୋରାପୁଟ)ଏହି ମର୍ଯ୍ୟାଦା ଜନକ ସାଂସଦ ରତ୍ନ ଉପାଧି ପାଇଥିବା ଜଣାଯାଇଛି।
