କଟକ ସଦରରେ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳନ

କଟକ ସଦର,୨୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵିରିଵାଟି ନାହାଭଙ୍ଗା ଠାରେ ଆଜି ରବିବାର ଦିନ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସୀତାକାନ୍ତ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବ୍ଲକ ର ପୂର୍ବତନ ସଭାପତି ତଥା ଗତ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଥିବା ରାମଚନ୍ଦ୍ର ଗୋଛାୟତ ଯୋଗ ଦେଇ କଂଗ୍ରେସ ପତାକା ଉତ୍ତୋଳନ କରି ଦେଶ ପାଇଁ କଂଗ୍ରେସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାନସ ପରିଡ଼ା, ନଳିନୀ ଉଦଗାତା, ସଞ୍ଜୟ ପରିଡ଼ା, ନିରଞ୍ଜନ ଲେଙ୍କା, ଉଗ୍ରସେନ ଭୁୟାଁ,ନିର୍ମଳ ସ୍ୱ।ଇଁ, ନିହାର ନନ୍ଦ, ରୁଷି କାଣ୍ଡି, ଆଲମାସ୍ ରାଗିବ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *