ସାଲେପୁର ରେ ହରିବନ୍ଧୁ ଙ୍କ ନେତୃତ୍ୱରେ ପ୍ରଥମ “ଜେନ ଜି ” ସମାବେଶ ଅନୁଷ୍ଠିତ

ସାଲେପୁର,୧୧/୦୯/୨୦୨୬ (ଓଡିଶା/ ସମାଚାର/ଅଭୟ ଜେନା)-ସାଇ ସମୀକ୍ଷା ଏଜୁକେଶନାଲ ଓ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସାଲେପୁର ଠାରେ ପ୍ରଥମ ଥର ଜେନ ଜି ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି।ସାଲେପୁର ଏନ ଏ ସି ଅନ୍ତର୍ଗତ ବାଲିସାହି କଲ୍ୟାଣ ମଣ୍ଡପ ପରିସରରେ ସଙ୍ଗଠକ ହେମନ୍ତ ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ଅଧ୍ୟକ୍ଷ ହରିବନ୍ଧୁ ଶତପଥୀ ଯୋଗଦେଇ ବର୍ତ୍ତମାନ ହେଉଥିବା ଅନ୍ୟାୟ, ଦୁର୍ନୀତି ଓ ବିଭିନ୍ନ ସମସ୍ୟା ବିରୁଦ୍ଧରେ ଛାତ୍ରଛାତ୍ରୀ ମାନେ ସ୍ୱର ଉତ୍ତୋଳନ କରି ସଂଗଠିତ ହେବାର ସମୟ ଆସିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ବିଭିନ୍ନ ଅସୁବିଧାକୁ ଲୋକ ଲୋଚନକୁ ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ଉପସ୍ଥିତ ଛାତ୍ର ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଅଵସର ପ୍ରାପ୍ତ ସେନା ଅଧିକାରୀ ଆକାଶ ଦାଶ ଶର୍ମା,ସମାଜସେବୀ ଶ୍ରୀକାନ୍ତ ପଣ୍ଡା, ଲେଖକ ସମ୍ବିତ ଦାସ, ବରିଷ୍ଠ ସାମ୍ବାଦିକ ମନୋଜ ଆଚାର୍ଯ୍ୟ, ସମାଜ ସେବୀ ସୁଦାମ ଚରଣ ବାରିକ ଯୋଗଦେଇ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ସଚେତନ ହୋଇ କାର୍ଯ୍ୟ କରିବା ସହିତ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ।

ସାଲେପୁର ଅଞ୍ଚଳରେ ପ୍ରଥମ କରି ଏଭଳି ଜେନ ଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ରୁ ଛାତ୍ର ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ କୁ ବିଜ୍ଞାନ ନନ୍ଦ ଭୂୟାଁ, ସିତୁ କର,ରବୀନ୍ଦ୍ର ଜେନା, ବୈକୁଣ୍ଠ ନାଥ ସ୍ବାଇଁ,ଦୀପକ ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *