ଗରଦପୁର,୦୬/୦୮/୨୦୨୫(ଓଡ଼ିଶା ସମାଚାର)- ବିଶିଷ୍ଟ ବାସ୍ତୁବିତ୍ ତଥା ଜିଓ ଡକ୍ଟର ମନୋଜ କୁମାର ଲେଙ୍କାଙ୍କୁ ମାଲେସିଆରେ ଆନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଲେସିଆ ର ରାଜଧାନୀ କୁଆଲାଲାମପୁର ଠାରେ ବିଶ୍ୱରେ ଜଳବାୟୁ ପ୍ରଦୂଷଣର ପ୍ରଭାବ ଓ ଦୈନନ୍ଦିନ ଜୀବନରେ ବାସ୍ତୁ ଓ ଜ୍ୟୋତିଷ ବିଜ୍ଞାନର ଉପକାରିତା ସମ୍ପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀକୁ ମାଲେସିଆ ଗଭର୍ଣ୍ଣର୍ର ଡ. ଯୋଶେଫ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିରେ ଭାରତ ସମେତ ନେପାଳ, ମିଆଁମାର, ଥାଇଲାଣ୍ଡ, ଭିଏତ୍ନାମ୍, ମାଲେସିଆ, ଫିଲିଫାଇନ୍ସ, ବାଂଲାଦେଶ, ସିଙ୍ଗାପୁର, ଇଣ୍ଡୋନେସିଆ ପ୍ରଭୃତି ୨୦ଟି ଦେଶ ଯୋଗଦେଇଥିଲେ ।
ଡ. ଲେଙ୍କା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଜଳବାୟୁ ପ୍ରଦୂଷଣର ପ୍ରଭାବ ଜନମାନସ, ପଶୁପକ୍ଷୀଙ୍କ ଉପରେ ପଡୁଥିବାରୁ ଅନେକ ଗୁଡିଏ ରୋଗ ସୃଷ୍ଟି ହେଉଛି । ଗାଲିଲିଓ ଓ ନିଉଟନ୍ଙ୍କ ପୂର୍ବରୁ ଭାରତରେ ସୂର୍ଯ୍ୟ ସିଦ୍ଧାନ୍ତର ସୂତ୍ର ପ୍ରଚଳିତ ଥିଲା । କିନ୍ତୁ ଭାରତର ସଂସ୍କୃତି ଓ ପରମ୍ପରାକୁ ହତବାକ୍ କରାଯାଇ ଭାରତର ଜ୍ୟୋର୍ତିଗଣନାକୁ ଉପହାସ କରାଯାଉଛି । ତେଣୁ ଏହା ଉପରେ ଗଗେଷଣା କରାଗଲେ ପ୍ରକୃତ ସତ୍ୟ ଆବିଷ୍କାର ହୋଇପାରିବ ବୋଲି ଡ. ଲେଙ୍କା ପ୍ରକାଶ କରିବା ପରେ ତାହା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଏହି ଅବସରରେ ଡ. ଲେଙ୍କାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲାବେଳେ ଏହି କାର୍ଯ୍ୟକ୍ରମରେ ଶ୍ରୀପତି ଆଚାର୍ଯ୍ୟ ଓ ସୁଚିସ୍ମିତା ପ୍ରଧାନ ତାଙ୍କୁ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ବାସ୍ତୁଶାସ୍ତ୍ରୀ ଡ. ଲେଙ୍କା ବର୍ତମାନ ହାପି ଲିଭିଙ୍ଗ ଜ୍ୟୋତିଷ ଗଣନା କେନ୍ଦ୍ରର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ଜ୍ୟୋତିଷ ମହାସଂଘର ସଭାପତି ଅଛନ୍ତି ।
ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ, ଶୁଭେଚ୍ଛୁ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ପୂର୍ବରୁ ଡ. ଲେଙ୍କା ଦେଶ ବିଦେଶରେ ବହୁ ସମ୍ମାନର ଅଧିକାରୀ ହେବା ସହିତ ବାସ୍ତୁ ଚୂଡାମଣି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଉକ୍ରଳୀୟ ସଂସ୍କୃତିରେ ତୁଳସୀ ଓ ଶଙ୍ଖର ମାହାତ୍ମ୍ୟ ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବାବେଳେ ତାଳପତ୍ର ପୋଥି ଉପରେ ଗବେଷଣା କରୁଛନ୍ତି । ପ୍ରକାଶଥାଉକି ଡ. ଲେଙ୍କା କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଚାଂଚୋଳ ଗ୍ରାମର ବାସିନ୍ଦା ଅଟନ୍ତି ।
