“ଅଣ ଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା’

ଜୟପୁର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- କୁନ୍ଦ୍ରା ବ୍ଲକର ବାଗଦେରି ଗ୍ରାମ ପଂଚାୟତ ଠାରେ ବୃହତ ଉଠା ଜଳସେଚନ ଅଂଚଳରେ ଫସଲ ବିବିଧିକରଣ ପ୍ରକଳ୍ପ ମାଧ୍ୟମରେ ଓଡିଶା ସରକାରଙ୍କ କୃଷି ବିଭାଗ ଓ ଏମ.ଏସ.ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଜୟପୁର ତରଫରୁ “ଅଣ ଧାନ ଖାଦ୍ୟ ରନ୍ଧନ ପ୍ରତିଯୋଗିତା” କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି  । ଏହି ପ୍ରତିଯୋଗିତା ଉତ୍ସବରେ ମୁଖ୍ୟ ଅତିଥି ଭାବେ,ଶ୍ରୀମତୀ ମାନସୀ ସାନ୍ତା, ସରପଂଚ ,ବାଗଦେରି ଗ୍ରାମ ପଂଚାୟତ, ଶ୍ରୀଯୁକ୍ତ ଅଇନି କୁମାର ବିଶୋଇ ସହାୟକ କୃଷି ଅଧିକାରୀ କୁନ୍ଦ୍ରା, ଅଙ୍ଗନୱାଡି ୱାକର୍ର, ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଜୟପୁର କର୍ମକର୍ତା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଜେନା,ସୁରଜିତା କୁମାରୀ ଓ ଦିଶାରୀଗୁଡା, ଡଙ୍ଗରପାଲି , କୃାକଟା, ଅଂଚଳର ପ୍ରାୟ ୧୧୦ ଜଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ବୃହତ ଉଠା ଜଳସେଚନ ଅଂଚଳରେ ଫସଲ ବିବିଧିକରଣ ପ୍ରକଳ୍ପ ଅଧୀନରେ ଥିବା ୭ ଗୋଟି ସ୍ୱୟଂ ସହାୟକ ଦଳର ସଭ୍ୟ/ ସଭ୍ୟାମାନେ ଅଂଶ ଗ୍ରହଣ କରି ବିଭିନ୍ନ ଅଣ ଧାନ ଖାଦ୍ୟ ତଥା ମାଣ୍ଡିଆ,ସୁଆଁ, କାଙ୍ଗୁ ତିଆରି ଲଡୁ ,ପିଠା, ମାଣ୍ଡିଆ ଦୋସା, ମାଣ୍ଡିଆ ଫୁଲକୋବି ଚିପ୍ସ ,ମକାର ତରକାରୀ, ପରିବା ସହ ମାଣ୍ଡିଆ ମିଶା ଉପମା ପ୍ରସ୍ତୁତ କରିଥିଲେ ।  ଅତିଥିମାନେ ସେହି ଖାଦ୍ୟକୁ ଚାଖି ତିନୋଟି ଦଳର ପ୍ରତିଯୋଗୀ ତଥା କୁଦୁମପଦର ଗ୍ରାମର ଶ୍ରୀ କ୍ରିଷ୍ଟା ସ୍ୱୟଂ ସହାୟକ ଦଳକୁ ପ୍ରଥମ , ବାଗଦେରିର ପତିତ ପାବନ ଦଳକୁ ଦ୍ୱିତୀୟ ଓ ମୁଂଡାପୁଟର ମା ଭୈରବୀ କୁ ତୃତୀୟ ଶ୍ରେଷ୍ଠଦଳ ଭାବେ ଚୟନ କରି ପୁରସ୍କାର ବିତରଣ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ଗୌଡ଼ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *