୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ପଦଯାତ୍ରା

ଢେଙ୍କାନାଳ , ୧୬/୧୧/୨୦୨୫ (ଓଡ଼ିଶା ସମାଚାର)-  ଆଜି ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଉପ- ନିବନ୍ଧକ ସମବାୟ ସମିତି ସମୂହ ଢେଙ୍କାନାଳ ଙ୍କ ଆନୁକୁଲ୍ୟରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦଯାତ୍ରା ଜିଲ୍ଲାପାଳ ଢେଙ୍କାନାଳ ଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦେଇ ଏ.ୟୁ.ସି.ସି.ବି ବ୍ୟାଙ୍କ୍ ଢେଙ୍କାନାଳ ଶାଖାରେ ସମାପ୍ତ ହୋଇଥିଲା ।

ଉକ୍ତ ପଦଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀଯୁକ୍ତ ଉମାଶଙ୍କର ଦାଶ, ଉପନିବନ୍ଧକ ସମବାୟ ସମିତି ସମୂହଙ୍କ ତତ୍ତ୍ୱାବଧାନରେ  ପଦଯାତ୍ରା ପରିଚାଳନା କରାଯାଇଥିଲା । ଉକ୍ତ ପଦଯାତ୍ରା ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ,ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ , ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ , ଏ.ଆର୍.ସି.ଏସ୍  ଢେଙ୍କାନାଳ ଓ ଏ.ଆର୍.ସି.ଏସ୍ ଜିଲ୍ଲା ସମବାୟ କାର୍ଯ୍ୟାଳୟ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ଉକ୍ତ ପଦଯାତ୍ରା ରେ ଜର୍ଜ ୟୁ ପି ସ୍କୁଲ, ପୋଲିସ ଲାଇନ୍ ୟୁ ପି ସ୍କୁଲ ର ଛାତ୍ରଛାତ୍ରୀ ,ସମବାୟ ବିଭାଗ ର ସମସ୍ତ କର୍ମଚାରୀ ,ଏ.ୟୁ.ସି.ସି.ବି ବ୍ୟାଙ୍କ୍ ର କର୍ମଚାରୀ ଜିଲ୍ଲା ପୋଲିସ ,ସ୍ବାସ୍ଥ୍ୟ ବିଭାଗ,ଅଂଶଗ୍ରହଣ କରିଥିଲେ ।

ଏକଦା ଅସମାନତା ତଥା ପୁଞ୍ଜିବାଦ ବିରୁଦ୍ଧରେ ଗଢି ଉଠିଥିବା ସମବାୟ ଆନ୍ଦୋଳନ ଜାତି,ଧର୍ମ,ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ନିସର୍ତ୍ତ ସେବା ଯୋଗାଇବା ସହ ସଶକ୍ତ ସମାଜ ଗଠନରେ ସହାୟକ ତଥା ଆତ୍ମନିର୍ଭର ଭାରତ ଗଠନରେ ମାଧ୍ୟମ ହେଉ ଏହି ବାର୍ତ୍ତା ବିଧେୟ କରି ପଦଯାତ୍ରା ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *