କେନ୍ଦ୍ରାପଡ଼ା, ୧୧/୦୯/୨୦୨୬ (ଓଡ଼ିଶା ସମାଚାର)- ସାରା ଦେଶରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଡାକରା ଯୋଗୁଁ କେନ୍ଦ୍ରାପଡା ଜିଲାରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁ.ଏଫ୍. ବି.ୟୁ.)ର ଧର୍ମଘଟ ଡାକରାରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ଆଜି ପୂର୍ବାହ୍ନରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ବିଭିନ୍ନ ଦାବି ପୁରଣ ନିମନ୍ତେ ଧାରଣା ଦିଆଯିବା ସହ ପିକେଟିଂ କରାଯାଇଥିଲା ।
ଷ୍ଟେଟବ୍ୟାଙ୍କ କର୍ମଚାରୀ ସଂଘ ସଂଗଠନ ସମ୍ପାଦକ ଚିରଞ୍ଜୀବ ଜେନା, ଆଂଚଳିକ ସମ୍ପାଦକ ରମେଶ ଚନ୍ଦ୍ର ମାଝୀ, ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ ଓଡିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ଷ୍ଟେଟବ୍ୟାଙ୍କ କର୍ମଚାରୀ ସଂଘ ପୂର୍ବତନ ସଭାପତି ସ୍ୱାଧୀନ କୁମାର ଦାଶ, ରଞ୍ଜନ କୁମାର ଦାସ, ସୁକାନ୍ତ ମିଶ୍ର, ଉଲ୍ଲାସ ମହାନ୍ତି, ସାଗରଶେଖର ମହାନ୍ତି, ପୂର୍ଣ୍ଣର୍ଚନ୍ଦ୍ର ଧଳ, ରୀନାରାଣୀ ପଟ୍ଟନାୟକ, ସୈାମ୍ୟ ସାମନ୍ତରାୟ, ତୁଷାର ମହାପାତ୍ର ଓ ବିଧାନ ମହାପାତ୍ର ପ୍ରମୁଖ ଶତାଧିକ କର୍ମଚାରୀ ଧାରଣାରେ ବସିଥିଲେ । ପରେ ଏକ ରାଲିରେ ଯାଇ ସହରର ସମସ୍ତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯିବା ସହ ପିକେଟିଂ କରାଯାଇ ଦ୍ୱିପାକ୍ଷିକ କଥାବାର୍ତା ଜରିଆରେ ତୁରନ୍ତ ଦାବି ପୁରଣ ନିମନ୍ତେ ଦୃଢ ଦାବି କରାଯାଇଥିଲା ।
