ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ର ଦୁଇ ଜଣ ପୂର୍ବତନ ଅଧିକାରୀଙ୍କୁ ୩ କୋଟି ରୁ ଅଧିକ ଠକେଇ ଅଭିଯୋଗରେ ଇଓଡବ୍ଲୁ ଗିରଫ କଲା

ଭୁବନେଶ୍ୱର, ୦୮/୧୨/୨୦୨୩ (ଓଡ଼ିଶା ସମାଚାର)- ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଦୁଇ ଜଣ ପୂର୍ବତନ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଡମ୍ବୁରୁଧର ନାୟକ ଓ ପୂର୍ବତନ ଆଗ୍ରୀକଲଚରାଲ ଫାଇନାନ୍ସ ଅଫିସର ଦେବିଦତ୍ତ ପାଣିଗ୍ରାହୀ ଗିରଫ ହୋଇଛନ୍ତି । କେନ୍ଦୁଝର ଓ ଭୁବନେଶ୍ବରରୁ ଏମାନଙ୍କୁ ଇଓଡବ୍ଲୁ ଗିରଫ କରିଛି । ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଏମାନଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ । ୨୦୧୫ ରୁ ୨୦୧୮ ଭିତରେ ଏହି ଦୁର୍ନୀତି ହୋଇଥିଲା ।

ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି କରାଯାଇଥିଲା । ବେଆଇନ ଭାବେ ନକଲି ହିତାଧିକାରୀ ଦର୍ଶାଇ ଟଙ୍କା ଚଳୁ କରିବା ସହ ସବସିଡ୍ ଟଙ୍କା ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ୩ କୋଟି ୩୩ଲକ୍ଷ ୫୨ ହଜାର ୬୦୨କୋଟି ଟଙ୍କାର ଠକେଇ ଅଭିଯୋଗ ନେଇ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *