ଶିକ୍ଷକ ତାଲିମ ଶିବିର

 ଭୁବନ ୧୧/୦୯/୨୦୨୬ (ଓଡ଼ିଶା ସମାଚାର)– ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଅନ୍ତର୍ଗତ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିରାଶାଳ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଶିକ୍ଷା ବର୍ଷର ଏହି ତୃତୀୟ ତାଲିମ ଶିବିରକୁ ବିରାଶାଳ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ସି.ଆର୍.ସି.ସି ସୁଶୀଲ କୁମାର ନାୟକ ଓ ସି.ଆର.ଜି ସୁଶ୍ରୀ ଶୁଚିସ୍ମିତା ସାହୁ ,ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଶିକ୍ଷକ ତାଲିମ ପ୍ରତିଷ୍ଠାନ, ଢେଙ୍କାନାଳର ବରିଷ୍ଠ ପ୍ରଶିକ୍ଷିକା ପ୍ରତିଭା ଦଳେଇ ଓ ସ୍ନେହଲତା ରାଜ ଶିବିରକୁ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *