ଦୋଳିଆମ୍ବା ଗ୍ରାମରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ର ମାନଙ୍କ ଦ୍ୱାରା ସଫେଇ ଓ ସଚେତନତା କାର୍ୟ୍ୟକ୍ରମ

ଲକ୍ଷ୍ମୀପୁର ୦୮/୧୨/୨୩(ଓଡିଶା ସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦୋଳିଆମ୍ବା ଗ୍ରାମ ଠାରେ ସଫେଇ ଓ ସଚେତନତା କାର୍ୟ୍ୟକ୍ରମ କରା ଯାଇଛି।ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ଗ୍ରାମବାସୀ ମଧ୍ୟ ଏହି ସଚେତନତା କାର୍ୟ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।ଏହି କାର୍ୟ୍ୟକ୍ରମରେ ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକା,ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୁ ମୁଦୁଲି ମିଳିତ ଭାବେ ଏହାର ଶୁଭ ଉଦଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମ ଟି ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଦୋଳିଆମ୍ବା ଗ୍ରାମର ସ୍କୁଲ ପରିସର ଓ ଆଦିବାସୀ ସାହି କୁ ମଇଳା ଆବର୍ଜନା ମୁକ୍ତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟାପକ ମଧୁସୁଦନ ସାହୁ , ଅଧ୍ୟାପିକା ସନ୍ତୋଷିନୀ ଦାଶ,ମହିମା ରାଣୀ ରାଜୁ,ଜୟ ଶ୍ରୀ କରସୁଧା ପଟ୍ଟନାୟକ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମଟି ନୁଆ ଓ ଯୁବ ଓଡିଶା ଓ ନବୀନ ଓଡ଼ିଶା କାର୍ୟ୍ୟକ୍ରମର ସ୍ୱତନ୍ତ୍ର ସାମାଜିକ କାର୍ୟ୍ୟକ୍ରମ ଅଟେ । ଏହି କାର୍ୟ୍ୟକ୍ରମ କୁ ନୋଡାଲ ଅଫିସର ଦୁର୍ୟ୍ୟୋଧନ ସାହୁ ପରିଚାଳନା କରିଥିଲେ । ଏହି ସଫେଇ ଓ ସଚେତନତା କାର୍ୟ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ ଯୋଗ ଦେଇ କାର୍ୟ୍ୟକ୍ରମଟିକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *