ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲ ରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ

ବଡବିଲ,୦୯/୧୧/୨୦୨୫ (ଓଡ଼ିଶା ସମାଚାର)-  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲ ରେ ୨୧୮ ଜଣ ମାଆମାନଙ୍କୁ ନେଇ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତବର୍ଷ ପାଇଁ ଥିବା ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସଚ଼େତନତା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ମହାନ୍ତି, ଶ୍ରୀମତୀ ରଞ୍ଜିତା ରାଣୀ ଦାଶ, ଶ୍ରୀମତୀ ଅନିତା ନାୟକ ବକ୍ତା ଭାବରେ ବିଭିନ୍ନ ବିଷୟରେ  ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଚାର୍ଯ୍ୟା ଚିନ୍ମୟୀ ପାଣିଗ୍ରାହୀ, ବୀଣାପାଣି ମହାନ୍ତ, ଲକ୍ଷ୍ମୀ କୁମାରୀ ଦାସ ଓ ମାତୃଭାରତୀର ସଦସ୍ୟା ଅନ୍ନପୂର୍ଣ୍ଣା ଭଦ୍ର ବିଭିନ୍ନ ଐତିହାସିକ ନାରୀ ବେଶରେ ମଞ୍ଚସ୍ଥ ହୋଇଥିଲେ । ଆଚାର୍ଯ୍ୟା ଶ୍ରୀମତୀ ପୁଷ୍ପଶ୍ରୀ ପତି, ଲକ୍ଷ୍ମୀପ୍ରିୟା ସାହୁ, ମାନସୀ ଗରି,ଅରୁନ୍ଧତୀ ମହାନ୍ତ, ରଶ୍ମି ମଞ୍ଜିରୀ ଜେନା, ଅନିତା ମହାନ୍ତଙ୍କ ସମେତ ସମସ୍ତ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମାଜ ସେବୀ ଭାବରେ ପୂର୍ବତନ ଆଚାର୍ଯ୍ୟା ବନଜ୍ୟୋତ୍ସ୍ନା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ।

ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସସ୍ମିତା ବେହରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀଙ୍କ ତତ୍ତ୍ଵାବଧାନରେ  ହୋଇଥିଲା ।

Leave a Reply

Your email address will not be published. Required fields are marked *