କଟକ ସଦର, ୧୧/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ ଵରହମପୁର ଉତ୍ପଳାକ୍ଷୀ ଗୋଷ୍ଠୀ କେନ୍ଦ୍ର ଠାରେ ଆଞ୍ଚଳିକ ଆତ୍ମନିଯୁକ୍ତି ସଂସ୍ଥାନ ଓ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ୧୦ ଦିନିଆ ଫୁଲ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।
କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଆୟୋଜିତ ଶିବିରକୁ ସୁଦାମଵତୀ ବିଜେପି ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀ ଉଦଘାଟନ କରି ଆଗାମୀ ଦିନରେ ମହିଳା ମାନେ କିପରି ଉନ୍ନତ ଧରଣର ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ କହିଥିଲେ। ଶିଶିର ପରିଚାଳନାରେ ଧିରେନ୍ ମହାପାତ୍ର, ସମିତି ସଭ୍ୟ ବିଷ୍ଣୁ ଚରଣ ମାଦେଳି,ଦୁଲାଲ ବେହେରା, ଜୀତେନ୍ଦ୍ର ପଣ୍ଡା, ପ୍ରଦୋଷ ଚୌଧୁରୀ, ବଳରାମ ସେଠୀ, ରଞ୍ଜନ ଖୁଣ୍ଟିଆ,ଶୁଭ୍ର ଜ୍ୟୋତି ଆଚାର୍ଯ୍ୟ ପ୍ରମୁଖ ସହାୟତା କରିଥିଲେ।
