ଭୁବନ ପଞ୍ଚାୟତ ସମିତି ର ସପ୍ତମ ଅଧିବେଶନ – – ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ

ଭୁବନ ୨୯/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନୀତିରୁ ଉର୍ଦ୍ଧ୍ବରେ ରହି ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ମାନ ଦେବା ସହ ସହମତିରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ସାଂସଦ ପ୍ରତିନିଧି ଭାବେ ପ୍ରେମାନନ୍ଦ ଜେନା ଯୋଗଦେଇଥିଲେ । ମାଘ ମାସ ଅଧାରୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଗ୍ରୀଷ୍ମ ଋତୁରେ ଯେଭଳି କୌଣସି ସ୍ଥାନରେ ପାନୀୟ ଜଳ ପାଇଁ ସମସ୍ୟା ସୃଷ୍ଟି ନହୁଏ ,ସେଥିପ୍ରତି ଗୁରୁତ୍ବ ଦେବାକୁ ସରପଞ୍ଚ , ସମିତି ସଭ୍ୟ ମାନେ ଦାବି କରିଥିଲେ । ଅଚଳ ନଳକୂପ ଗୁଡ଼ିକୁ ସଚଳ କରାଯିବ ଓ ଦୁର୍ଗମ ଅଞ୍ଚଳ କୁ ଟ୍ୟାଙ୍କଉ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ କହିଥିଲେ । ଊପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ସୁବାସ ମାଝୀ ଙ୍କ ସମେତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ରାସନ କାର୍ଡ,ଧାନ ମଣ୍ଡି ସମ୍ପର୍କରେ ଆଲୋଚନା କରିଥିଲେ । ବିଡ଼ିଓ ଆୟୁଶୀ ମହାପାତ୍ର ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *