ଯଶପଡାରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ 

କଟକ ସଦର ,୧୧/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତରେ ଆଜି ଶୁକ୍ରବାର ଦିନ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଥିବା ଜଣାଯାଇଛି।

ଏଥିରେ ଯଶପଡା କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ,ହାଟ ପିଣ୍ଡି,କୋସିଦାରେ ଡ୍ରେନ୍ ଓ ସୁଭଦ୍ରା ଗୋଷ୍ଠୀ କେନ୍ଦ୍ର, ପାଇକ ସାହି ଆଦର୍ଶ ଗ୍ରାମରେ ଢଳେଇ ରାସ୍ତା, ନୂଆଗାଁରେ ଅଙ୍ଗନବାଡି କେନ୍ଦ୍ର ଓ ଭୋଗମଣ୍ଡପ ଉଦଘାଟିତ ହୋଇଛି।

ଏହି ଅବସରରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଏଵଂ ସୁଦାମଵତୀ ବିଜେପି ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀଙ୍କ ସଂଯୋଜନା ରେ ଯଶପଡା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ସାଂସଦ ଭର୍ତୃହରି ମହତାବଙ୍କ ସମେତ ଵିଡିଓ ପ୍ରତୀକ ସାହୁ, ସରପଂଚ ମିନତୀ ସେଠୀ, ପୂର୍ବତନ ସରପଂଚ ବିରଞ୍ଚିନାରାୟଣ ପଣ୍ଡା, ସମିତି ସଭ୍ୟା ପୁଷ୍ପଲତା ପଣ୍ଡା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଚରଣ ଜେନା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଶେଷରେ କିଶନନଗର ମଣ୍ଡଳ ବିଜେପି ସଭାପତି ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *