କଟକ ସଦର ,୧୧/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏବେ ରାସ୍ତାଘାଟ ବିଲବାଡ଼ି ଗ୍ରାମ ଓ ସହରରେ ଷଣ୍ଢ ମାନଙ୍କ ଉତ୍ପାତ ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବାବେଳେ ଏମାନଙ୍କ ଯୋଗୁ ଏକ ବାଇକ୍ ଆରୋହୀ ଯୁବକଙ୍କ ଜୀବନ ଅକାଳରେ ଚାଲିଯାଇଥିବା ଜଣାପଡିଛି।ପ୍ରକାଶ ଯେ କିଶନଗର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ରାମକୁମାର ପୁର ଠାରେ ଗତ ବୁଧବାର ସନ୍ଧ୍ୟାରେ ଷଣ୍ଢମାନେ ଉତ୍ପାତ କରୁଥିବା ଏଵଂ ଦୁଇଟି ଷଣ୍ଢ ଲଢାଲଢି ହେଉଥିଲେ ।
ଏତିକି ବେଳେ କଟକ ପଟୁ ବାଇକ୍ ରେ ରଘୁନାଥପୁର ଥାନା ପଦ୍ମପୁର କୋରକରା ଗ୍ରାମର ଜନୈକ ଯୁବକ ଅନୁପ କୁମାର ସାହୁ ଘରକୁ ଫେରୁଥିବାବେଳେ ଷଣ୍ଢ ଲଢେଇ ଯୋଗୁଁ ବାଇକ୍ ଧିର କରିଥିଲେ। ଏହି ସମୟରେ ଏକ ଅଜଣା କାର୍ ବାଇକ୍ କୁ ପଛରୁ ଧକ୍କା ଦେଇ ଘଟଣା ସ୍ଥଳରୁ ଦୃତ ଗତିରେ ଫେରାର ହୋଇ ଯାଇଥିଲା।ଆହତ ଅନୁପଙ୍କୁ ଡାକ୍ତରଖାନା ପଠା ଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
