କଟକ ସଦର ,୧୧/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ରେଲୱେ ଲେଵୁଲକ୍ରସିଂ ର ଦୁଇପାଖ ରାସ୍ତା ମରଣଯନ୍ତା ପାଲଟିଛି। ଯେଉଁଥିପାଇଁ ଲୋକ ମାନେ ପ୍ରତିଦିନ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବର୍ଷା ହେଲେ ଖାଲଖମା ରେ ପାଣି ଜମିଵା ଯୋଗୁଁ ଏଵଂ ଖରା ହେଲେ ଅତିମାତ୍ରାରେ ଧୁଳି ଉଡ଼ିବା ଯୋଗୁଁ ଛୋଟ ବଡ଼ ଦୂର୍ଘଟଣା ଘଟି ଚାଲିଛି।
ଲେଵୁଲକ୍ରସିଂ କନ୍ଦରପୁର ପଟ ରେଳ ବିଭାଗ ଓ ଅପର ପଟ ଏନ୍ ଏଚ୍ ଆଇ ବିଭାଗ ଅଧିନରେ ଥିବା ବେଳେ ଦୁଇ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଉକ୍ତ ରାସ୍ତା ଉପରେ କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନର କର୍ତୃତ୍ୱ ନଥିବା ପରି ମନେ ହେଉଛି।
ସୂଚନାଯୋଗ୍ୟ ଯେ ରାସ୍ତା ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳଙ୍କ ପକ୍ଷରୁ ଏନ୍ଏଚ୍ଆଇ ଯନ୍ତ୍ରୀ ଓ ଠିକା ସଂସ୍ଥା ଏଆରଏସଏସ କର୍ତୃପକ୍ଷ ଙ୍କ ନାଁରେ ଅଦାଲତରେ ମାମଲା ରୁଜୁ ହୋଇଥିଲେ ହେଁ ଏହାକୁ ସେମାନେ ଭୃକ୍ଷେପ ନକରି ଫୁ କରିଦେଇଥିବା ଅଭିଯୋଗ ହେଉଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଆନଗଲେ ଲୋକ ମାନେ ବାଧ୍ୟହୋଇ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଜଣାପଡିଛି।
