ମଧୁବାବୁ ଥିଲେ ସମଗ୍ର ଓଡ଼ିଆଙ୍କ ଆଦର୍ଶ ଓ ସ୍ୱାଭିମାନର ସର୍ବକାଳୀନ ପ୍ରତୀକ

ଭୁବନେଶ୍ୱର,୨୮/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପ୍ରଥମ ବାରିଷ୍ଟର, ପ୍ରଥମ ସ୍ନାତକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍-୮ସ୍ଥିତ ପ୍ରତିର୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଶିକ୍ଷାବିତ୍ ଭାଷାପ୍ରାଣ ସୀତା ବଲ୍ଲଭ ମହାପାତ୍ର, ମୁଖପାତ୍ର ଅରବିନ୍ଦ ତି୍ରପାଠୀ, ଭାଷାପ୍ରାଣ ଲକ୍ଷ୍ମୀଧର ବେହେରା, ମଧୁସୂଦନ ଦାସ, ଭୁବନ ମୋହନ ମହାନ୍ତି, ରମେଶ ପାତାଳସିଂ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।

ମଧୁବାବୁ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରିବା, ଓଡ଼ିଶାର ବିଚ୍ଛିନ୍ନାଳକୁ ଏକତ୍ରୀକରଣ କରିବା, ଉତ୍କଳ ଆର୍ଟ ୱାର୍କସ ପ୍ରତିଷ୍ଠା କରିବା, ପ୍ରଥମ ଓଡ଼ିଆ ଅଧିବକ୍ତା ଭାବେ ବିହାର, ଓଡ଼ିଶା ବିଧାନସଭା ସଦସ୍ୟ ଭାବେ ତାଙ୍କର କାର୍ଯ୍ୟ  ଥିଲା ଅବିସ୍ମରଣୀୟ । ମଧୁବାବୁ ସମଗ୍ର ଓଡ଼ିଆଙ୍କ ସମ୍ମାନ, ସ୍ୱାଭିମାନର ସର୍ବକାଳୀନ ପ୍ରତୀକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଆଜିର ଯୁବପିଢି ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବ୍ରତ ଜେନା, ଅମିତ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *