ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ଖୁବ ଶୀଘ୍ର

ଭୁବନେଶ୍ୱର ୨୧/୦୮/୨୦୨୫ (ଓଡ଼ିଶା ସମାଚାର)-ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଓଡିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟାର ସନ୍ତୋଷଜଣକ ସମାଧାନ କରାଯିବ ବୋଲି ଗତ ୨୦ ତାରିଖ ସନ୍ଧ୍ୟାରେ ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି।

ରାଜ୍ୟରେ ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ ଦୀର୍ଘ ସେବା ଯୋଗାଇ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ କରୁଥିବା ସ୍ଵଳ୍ପ ବେତନ ଭୋଗୀ ଉଚ୍ଚଶିକ୍ଷିତ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ନ୍ୟାୟ ଦେବାପାଇଁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗତ ମାର୍ଚ୍ଚ ମାସ  ୨୭ ତାରିଖରେ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ଯକ୍ଷତାରେ ଓ ପାଞ୍ଚଜଣ ବିଧାୟକଙ୍କୁ ନେଇ ଗଠିତ କରିଥିବା ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ନବସିବାରୁ ଓ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ତୁରନ୍ତ ବୈଠକ କରିବା ପାଇଁ ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଧାରାବାହିକ ଭାବେ ଆବେଦନ ନିବେଦନ କରାଯାଇ ଆସୁଥିଲା। ଗତ ୨୦ ତାରିଖ ସନ୍ଧ୍ୟାରେ ସଂଘର ଶତାଧିକ କର୍ମଚାରୀ ନେତାଙ୍କୁ ପ୍ରତିଶ୍ରୁତି ଦେଇ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ବିଶେଷ କରି ଛଟେଇ ଆଦି ଉପରେ ଯୁଗାନ୍ତକାରୀ ନିଷ୍ପତି ନେବାକୁ ସଙ୍କଳ୍ପ ବଦ୍ଧ ଅଛନ୍ତି।

ଖୁବଶୀଘ୍ର ଆଉଟ ସୋର୍ସିଙ୍ଗ ମହାସଂଘର ପ୍ରତିନିଧି ଣ୍ଡଳୀ ଓ ମନ୍ତ୍ରୀ ସ୍ତରୀୟ କମିଟି ସହ ମୁଖ୍ୟମନ୍ତ୍ରୀଙ୍କର ଏକ ବୈଠକ ଅନୁଷ୍ଠିତହେବ ଓ ସମସ୍ୟାର ସମାଧାନ କରାଯିବ। ଭଟଲି ର ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଆଲୋଚନାରେ ବିଶିଷ୍ଠ କର୍ମଚାରୀ ନେତା ଶ୍ରୀ ବିଜୟ ମଲ୍ଲ, ସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଭାପତି ସଞ୍ଜୟ ପଟ୍ଟନାୟକ, ମହାସଚିବ ହେମନ୍ତ ବସ୍ତିଆ, ଯୁଗ୍ମ ସମ୍ପାଦକ ଦୀପକ ପାଣି, ଲୁଲୁ ସ୍ବାଇଁ, ବିଶ୍ବଜିତ ନାଥ, ଭୁବନେଶ୍ଵର ସଭାପତି ଦୀପକ ମହାପାତ୍ର, ସୂର୍ଯ୍ୟ ମହାପାତ୍ର ଙ୍କ ସମେତ ଶତାଧିକ କର୍ମଚାରୀ ନେତା ଉପସ୍ଥିତ ରହିଥିଲେ। ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *