ସମାଜସେବୀ ଙ୍କ ମହାନତା : ନିଜ ସମାଜ ପାଇଁ ଦାନ କଲେ ୫୦ ଡିସମିଲ ଜାଗା

ଜୁନାଗଡ଼ ,୧୩/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) ଜିଲ୍ଲା ପାଣ୍ଡରା ମାଳି ସମାଜ ଭବନ ନିର୍ମାଣ ପାଇଁ ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ସନ୍ୟାସୀ କୁଣ୍ଡାମାଲ ମୌଜା ରେ ୫୦ ଡିସମିଳ ଜାଗା ଦାନ କରିଛନ୍ତି । ପ୍ରକାଶ ଯେ ବହୁ ବର୍ଷ ହେଲା ପଣ୍ଡରା ମାଳି ସମାଜ କୁ ଓ ଓବିସି ବର୍ଗ କୁ ଜିଲ୍ଲା ବ୍ୟାପି ଏକତ୍ରିତ କରି ସମାଜ ଗଠନ ରେ ଅଗ୍ରଣୀ ଭୂମିକା ନେଉଥିବା ଓ ସମ୍ପ୍ରତି ଜିଲ୍ଲା ପଣ୍ଡରା ମାଳି ଯୁବ ବାହିନୀ ର ଜିଲ୍ଲା ସଭାପତି ଭାବେ କାର୍ୟ୍ୟ କରୁଥିବା ଶ୍ରୀ ନାଏକ ଙ୍କ ଏହି କାମ ପାଇଁ ସାରା ଜିଲ୍ଲା ରୁ ଶୁଭେଚ୍ଛା ବାର୍ତ୍ତା ଛୁଟୁ ଥିବା ପ୍ରକାଶ । ଏହି ଭବନ ନିର୍ମାଣ ପାଇଁ ମୁଖମନ୍ତ୍ରୀ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇ ଥିବାରୁ ସମାଜ ପାଖରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମାଜ ଭବନ ନିର୍ମାଣ ହେଲେ ସମାଜ ଓ ଓବିସି ବର୍ଗ ଏକତ୍ରିତ ହୋଇ ସଂଗଠିତ ହୋଇ ପାରିବେ ବୋଲି ଜିଲ୍ଲା ସଭାପତି ଈଶ୍ୱର ପୂଝକ୍ଷରୀ ପ୍ରକାଶ କରିଛନ୍ତି । ଶ୍ରୀ ପୂଝକ୍ଷରୀ ଙ୍କ ସମେତ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ପ୍ରମୋଦ ପୂଝରୀ, ଲୋକେଶ ନାଏକ, ଟୁଟୁ ପୂଝରୀ ଓ ସମାଜ ର ସମସ୍ତ କର୍ମ କର୍ତା ଶ୍ରୀ ଦୁର୍ଗା ପ୍ରସାଦ ନାଏକ ଙ୍କୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *