ମଡର୍ନ୍ ପବ୍ଲିକ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ      

 ଜୁନାଗଡ଼ ୧୩/୦୨/୨୦୨୪ (ଓଡିଶା ସମାଚାର /ରାକେଶ ବେମାଲ ) -ଜୁନାଗଡ ସହରର ବଜାର ପଡ଼ା ସ୍ଥିତ ମଡର୍ନ୍ ପବ୍ଲିକ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ  ମହାସମାରୋହରେ ପାଳିତ ହୋଇଯାଇଅଛି। ବିଦ୍ୟାଳୟ ର ନିର୍ଦେଶକ ମହମ୍ମଦ ୟୁସୁଫ ଆବାସଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ସିଂହଦେଓ  ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏହି ବିଦ୍ୟାଳୟ ର ଉପଦେଷ୍ଟା ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ଈଶ୍ୱର ପୂଜାରୀ ଯୋଗଦାନ କରିଥିଲେ। ଶ୍ରୀମତୀ ହିମାଦ୍ରି ନାଏକ,ଉପାଧ୍ୟକ୍ଷ, ଜୁନାଗଡ ଏନ ଏ ସି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି କାର୍ୟକ୍ରମ ଆରମ୍ଭ କରିଥିଲେ। ଶିକ୍ଷୟତ୍ରୀ ସୁଶ୍ରୀ ଭେଙ୍କେଟେଶ୍ୱରୀ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ପ୍ରିନ୍ସିପାଲ ଶ୍ରୀମତୀ ମୂମତାଜ୍ ଆବାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଜି ଜୁନାଗଡ଼ ସହରରେ କିଛି ଭଲ ଇଂଲିଶ ସ୍କୁଲ ର ଆବଶ୍ୟକତା ଅଛି। ଆଶାକରୁଛୁ ଆସନ୍ତା ଦିନରେ ମଡର୍ଣ ପବ୍ଲିକ ସ୍କୁଲ ର ଗୁଣାତ୍ମକ ଶିକ୍ଷା ସେହି ଶୂନ୍ୟସ୍ଥାନ କୁ ପୂର୍ଣ୍ଣ କରିବ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ଏହା ପରେ ବିଦ୍ୟାଳୟ ର ଛାତ୍ରୀ ମାନେ ସାଂସ୍କୃତିକ କାର୍ୟକ୍ରମ ପରିବେଷଣ କରିଥିଲେ  ।ଶିକ୍ଷୟତ୍ରୀ ସୁଶ୍ରୀ ପ୍ରତିଭା ମେହେର ଧନ୍ୟବାଦ୍ ଅର୍ପଣକରିଥିଲେ । କାର୍ୟ୍ୟକ୍ରମ  କୁ ସଫଳ କରିବାରେ ବିଦ୍ୟାଳୟର ଶ୍ରୀ ଜିତେନ୍ଦ୍ର ମେହେର ଓ କୁମାରୀ ବେହେରା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *