ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡ଼ା, ୮/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟଅଧିକାରୀ ମୋନାଲିସା ପଣ୍ଡାଙ୍କୁ ଜିଲା ମତ୍ସ୍ୟ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଜିଲା ମତ୍ସ୍ୟ ଅଧିକାରୀ କୌଣସି କାରଣ ନଥାଇ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ନୋଟିସର ନକଲ ଜିଲା ମତ୍ସ୍ୟ ବିଭାଗର ନିର୍ଦେଶକଙ୍କୁ ପଠାଇ ଦେଇଛନ୍ତି । ଯାହାଫଳରେ ତାଙ୍କ ଚାକିରୀରେ ଆନ୍ଚ ଆସିଥିବା ଓ ଭବିଷ୍ୟତରେ ସେ ବିଭାଗୀୟ ତଦନ୍ତର ସମ୍ମୁଖୀନ ହେବାର ଆଶଙ୍କା ରହିଛି । କୌଣସି ଭୁଲ ନଥାଇ ତାଙ୍କୁ ଏଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଥିବାରୁ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦିଥିଲେ । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ତାଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ଅଭିଯୋଗର ତଦନ୍ତ କରାଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ତାଙ୍କୁ ଆଶ୍ୱାସନ ଦେଇଥିଲେ ।

Leave a Reply

Your email address will not be published. Required fields are marked *