କଟକ,୨୨/୦୩/୨୦୨୫(ଓଡ଼ିଶା ସମାଚାର)- ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି । ପୂର୍ବରୁ ସୁପ୍ରିମ କୋର୍ଟ କଲେଜିୟମ ଜଷ୍ଟିସ ଟଣ୍ଡନଙ୍କ ନାମ ସୁପାରିସ କରିଥିଲେ । ଏବେ ଜଷ୍ଟିସ ହରିଶ ଟଣ୍ଡନ କୋଲକତା ହାଇକୋର୍ଟରେ ବିଚାରପତି ଅଛନ୍ତି ।
ସୂଚନାଯୋଗ୍ୟ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ହରିଶ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପାରିସ କରିଥିଲେ । ଜଷ୍ଟିସ ଟଣ୍ଡନ ବର୍ତମାନ କୋଲକତା ହାଇକୋର୍ଟରେ ବିଚାରପତି ଅଛନ୍ତି । ଜାନୁଆରୀ ୧୯ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ନୂତନ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏହି ସୁପାରିସ କରାଯାଇଥିଲା । ଜଷ୍ଟିସ ଅରିନ୍ଦମ ସିହ୍ନା ବର୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି ।
୧୯୬୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଜଷ୍ଟିସ ଟଣ୍ଡନ ଜନ୍ମ ଗ୍ରହଣ କରିଛନ୍ତି । ୧୯୮୩ ମସିହାରେ କୋଲକତା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ୧୯୮୯ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ସେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ସେହିବର୍ଷ ସେପ୍ଟେମ୍ବର ୨୬ରେ ସେ ଓକିଲ ଭାବେ ନାମ ପଞ୍ଜୀକରଣ କରି ପ୍ରାକ୍ଟିସ ଆରମ୍ଭ କରିଥିଲେ । ୨୦୧୦ ଏପି୍ରଲ ୧୩ ତାରିଖରେ ସେ କୋଲକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଜଷ୍ଟିସ ଟଣ୍ଡନ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି । ଏହା ସହ କୋଲକତା ହାଇକୋର୍ଟର ଜଷ୍ଟିସ୍ ଟଣ୍ଡନ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି ।
