ଜଣେ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ – ତଦନ୍ତ ଜାରି
କଟକ,୧୪/୦୬/୨୦୨୫(ଓଡ଼ିଶା ସମାଚାର)- ଆନ୍ତଃରାଜ୍ୟ ସାଇବର ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଂଚ ବିଭିନ୍ନ ରାଜ୍ୟର ୬ଜଣକୁ ଗିରଫ କରିଛି । ୪ଟି ପୃଥକ ପୃଥକ ମାମଲାରେ ୬ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଂଗ ରାଜ୍ୟ ବର୍ଦ୍ଧମାନ ଜିଲାର ଦୁର୍ଗାପୁର ଷ୍ଟିଲ ଟାଉନ ୱେଷ୍ଟର ଅନୁସକା ମିତ୍ର (୨୪), ଗୁଜୁରାଟ ରାଜ୍ୟ ଭାବନଗର ଜିଲାର କାନ୍ତାରିଆ ଯୋଗେଶ ହର୍ଜିଭାଇ (୨୩), ଗୁଜୁରାଟ ରାଜ୍ୟ ରାଜକୋଟ ଜିଲାର କୋଟାକ କୌଶିକ (୩୬), ଗୁଜୁରାଟ ରାଜ୍ୟ ଭାବନଗର ଜିଲାର ବାଘେଲା ଅରବିନ୍ଦ ସିଂହ(୨୪), ଗୁଜୁରାଟ ରାଜ୍ୟ ଭାବନଗର ଜିଲାର ରୋହିଲ ଭି ଭଗତସିଂହ (୨୪) ଓ ଗୁଜୁରାଟ ଭାବନଗର ଜିଲ୍ଳାର ଧ୍ରୁବ ବିଜୟ ଭାଇ (୨୨) ।

ଅଭିଯୁକ୍ତମାନଙ୍କଠାରୁ ମୋବାଇଲ ଫୋନ, ସିମକାର୍ଡ଼, ଆଧାରକାର୍ଡ଼ ଓ ଏଟିଏମ କାର୍ଡ଼ ଜବତ କରାଯାଇଛି । ଏଥିସହ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉନ୍ଟକୁ ପୋଲିସ ଫି୍ରଜ କରିଛି । ଅଭିଯୁକ୍ତ ଅନୁସକା ମିତ୍ର ନାଁରେ ୭୪ଲକ୍ଷ ଟଙ୍କାର ସାଇବର ଠକେଇ ଅଭିଯୋଗ ରହିଛି । ଏହାଛଡ଼ା ଅନ୍ୟ ଅଭିଯୁକ୍ତ ମାନଙ୍କ ନାଁରେ ମଧ୍ୟ କୋଟି କୋଟି ଟଙ୍କାର ସାଇବର ଠକେଇ ଅଭିଯୋଗ ରହିଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ଟ୍ରାନିକ୍ଟ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଛି ଏବଂ ସେମାନଙ୍କୁ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିବା କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି ।
ଜଣେ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ – ତଦନ୍ତ ଜାରି
