ଭାଜପା ନେତା ଲଲାଟେନ୍ଦୁ ଵଡୁ ଦୂର୍ଘଟଣା ସହ ଲୋକଙ୍କ ମାଡ଼ରେ ଆହତ, ମେଡ଼ିକାଲରେ ଭର୍ତ୍ତି 

କଟକ ସଦର ,୦୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମେରିଆଵଜାର ଠାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗର ସଭାପତି ଲଲାଟେନ୍ଦୁ ଵଡୁଙ୍କ କାର ସିରିଜ୍ ଦୂର୍ଘଟଣା ଘଟାଇଛି। ଏଥିରେ ଦୁଇଜଣ ନାବାଳକ ଓ ଜଣେ ବାଇକ୍ ଆରୋହୀ ସହିତ ଶ୍ରୀ ଵଡୁ ଆହତ ହୋଇଛନ୍ତି।

ଏଥିପାଇଁ ଦୂର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଲୋକମାନେ ଶ୍ରୀ ଵଡୁଙ୍କୁ ମାଡମାରି ଆହତ କରିଥିଲେ। ଏଥିପାଇଁ ଶ୍ରୀ ଵଡୁ ବଡ଼ ଡ଼ାକ୍ତରଖାନାର ସର୍ଜରୀ ୱ।ର୍ଡରେ ଆଡମିଟ୍ ହୋଇଛନ୍ତି। ତାଙ୍କୁ ଦେଖିବାକୁ ଡାକ୍ତରଖାନାରେ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ସମେତ ବହୁ ଭାଜପା ନେତା ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *