କଟକ ରେଳ ଧାରଣାରୁ ମିଳିଲା ପୋଲିସ ଏଏସଆଇ ଙ୍କ ସନ୍ଦେହଜନକ ମୃତ ଦେହ

କଟକ,୨୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଦଶହରା ଡ୍ୟୁଟିରେ ଆସି ଚହଟା ଅଞ୍ଚଳରେ ରହିଥିବା ବାଲୁଗାଁ ର ପୋଲିସ ଏଏସଆଇ ଜିତେନ୍ଦ୍ର ସାମନ୍ତରାୟ ଙ୍କ ସନ୍ଦେହଜନକ କ୍ଷତବିକ୍ଷତ ମୃତ ଦେହ କଟକ ରେଳ ଧାରଣାରୁ ମିଳିଛି। ତେବେ କେଉଁ ପରିସ୍ଥିତିରେ ରେଳ ଧାରଣାକୁ ମୃତଦେହ ଆସିଲା ତାହା ସ୍ପଷ୍ଟ ହୋଇନାହିଁ। ରେଳବାଇ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଏଏସ୍‌ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କ ମୂଳ ଘର ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରେ। ସେ କଟକ ବିଡ଼ାନାସୀ ଚହଟା ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ। ସେ ବର୍ତ୍ତମାନ ପୋଲିସ ବିଭାଗରେ ତାଲିମନେଉଥିବା ବେଳେ କଟକରେ ଦୁର୍ଗାପୂଜା ଓ ଭସାଣି ଉତ୍ସବ ପାଇଁ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସ୍ପେଶାଲ ଡ୍ୟୁଟିରେ ନିୟୋଜିତ ହୋଇଥିଲେ।

ଶନିବାର ସକାଳେ କଟକ ନିକଟସ୍ଥ ରେଳଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଜିଆରପି (GRP) ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ତାହା ଏଏସ୍‌ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କର ବୋଲି ପରିଚୟ ମିଳିଥିଲା। ଘଟଣାସ୍ଥଳରୁ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *