ଭୁବନେଶ୍ୱର,୧୧/୦୯/୨୦୨୫ (ଓଡ଼ିଶା ସମାଚାର)-ପଟିଆ ନିବାସୀ ଶ୍ରୀମତୀ ଏଲୋରା ପଣ୍ଡା ଏକ ଘରୋଇ ହାସପାତାଳରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ହୋଇଥିଲା । ସ୍ୱର୍ଗୀୟା ପଣ୍ଡା ଜଣେ ଧର୍ମପରାୟଣା ,ସମାଜସେବୀ ଓ ଅତି ପରୋପକାରୀ ମହିଳା ଥିଲେ। ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ତଥା ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ସି. ଭି. ରମଣ ବିଶ୍ଵବିଦ୍ୟାଳୟ , କିଟ ବିଜିନେସ ସ୍କୁଲ , ଆଇ ଏସ ଏଫ୍ ଆଇ ବିଜନେସ ସ୍କୁଲ ଆଦିରେ ଅଧ୍ୟାପିକା ହିସାବରେ କାର୍ଯ୍ୟ ସଂପାଦନା କରିଥିଲେ । ଏପରିକି କର୍ପୋରେଟ ଜଗତର ଟି ସି ଏସ,ନିସା ଇଷ୍ଟର୍ଣ୍ଣ ରିଜନ ଓ ନର୍ଥ ରିଜନ ରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।
ତାଙ୍କର ଅନ୍ତେଷ୍ଟିକ୍ରୀୟା ପୁରୀ ସ୍ଵର୍ଗଦ୍ଵାରରେ ଏକମାତ୍ର କନ୍ୟା ଆଦ୍ୟଶା ପଣ୍ଡା ମୁଖାଗ୍ନି ଦେଇ ସମାପନ କରିଥିଲେ। ସ୍ୱର୍ଗୀୟା ପଣ୍ଡା ପଟିଆ ସ୍ଥିତ ଏମ୍ ଡ଼ି ସି ଶିକ୍ଷାନୁସ୍ଥାନ ର ପ୍ରତିଷ୍ଠାତା ଶ୍ରୀ ଗଙ୍ଗାଧର ରଥଙ୍କ କନ୍ୟା ଓ ବିଜୁପଟନାୟକ ଜାତୀୟ ଇଷ୍ପାତ ପ୍ରତିଷ୍ଠାନର ମାନବ ସମ୍ବଳ ଅଧିକାରୀ ଦୁର୍ଗେଶ ପଣ୍ଡାଙ୍କ ଧର୍ମପତ୍ନୀ। ତାଙ୍କର ପରଲୋକରେ ଯାଜପୁରର ଲୋକସଭା ସାଂସଦ ଡଃ ରବିନାରାୟଣ ବେହେରା , କିଟ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ, ପୂର୍ବତ୍ତନ ମୁଖ୍ୟ ଶାସନ ସଚ଼ିବ ଶ୍ରୀ ସହଦେବ ସାହୁ ,ଶ୍ରୀ ଅଜିତ ତ୍ରିପାଠୀ , ବରିଷ୍ଠ ପ୍ରଶାସକ ଶ୍ରୀ ଅଶୋକ ତ୍ରୀପାଠୀ, ଶ୍ରୀ ସୁରେଶ ପଣ୍ଡା , ଅତିରିକ୍ତ ସଚ଼ିବ ରେଣୁ ପ୍ରଭା ନାୟକ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
