କଟକ,୨୪/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ସଦର ଥାନା ଅଞ୍ଚଳରେ ହେ।ଇଥିବା ଶାରଦୀୟ ଦୂର୍ଗା ପୂଜାର ଭଷାଣି ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହେ।ଇଯାଇଛି। ଏହି ଅବସରରେ ରାଧାମାଧବ ସେବା ସମିତି ଏବଂ ଆମ୍ବେଦକର ସ୍ମୃତି ପରିଷଦ ବାଲିକୁଦା ଗେ।ପାଳପୁର କଟକର ମିଳିତ ସହଯୋଗରେ ସମ୍ବର୍ଦ୍ଧନା କାର୍ଯ୍ୟ ଜାତୀୟ ରାଜପଥ ପାର୍ଶ୍ବ ବାଲିକୁଦା ଠାରେ ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଥିଲା ।
ଅନୁଷ୍ଠାନ ପକ୍ଷରୁ ଭାଣପୁର ଠାରୁ ଶ୍ରୀକୋରୁଆଁ ପର୍ଯ୍ୟନ୍ତ ହେ।ଇଥିବା ଦୂର୍ଗା ଏବଂ ହରପାର୍ଵତୀ ମେଢର ସଭାପତି, ସଂପାଦକ, ଗ୍ରାମ କମିଟିର ସଭାପତି, ଗଣମାଧ୍ୟମର ପ୍ରତିନିଧି, ସଦର ଥାନାର ପେ।ଲିସ କର୍ମଚାରୀ ମାନଙ୍କୁ ରାଧାମାଧବ ସେବା ସମିତି,ଆମ୍ବେଦକର ସ୍ମୃତି ପରିଷଦ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଉକ୍ତ ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି।
